Odisha News Insight

ଭାରତୀୟ ଭାବି ପାକିସ୍ତାନ ପାଇଲଟକୁ ପିଓକେର ଲୋକ ପିଟିପିଟି ମାରିଦେଲେ

ଜମ୍ମୁ-କଶ୍ମୀରରେ ଆକ୍ରମଣ କରିବା ପରେ ପାକ୍ ଅଧିକୃତ କଶ୍ମୀରରେ ଏଫ୍-୧୬ ବିମାନର ପାଇଲଟଙ୍କୁ ଭାରତୀୟ ଭାବି ସ୍ଥାନୀୟ ଲୋକେ ପିଟିପିଟି ହତ୍ୟା କରିଦେଇଛନ୍ତି। ଏ ସମ୍ପର୍କରେ ଲଣ୍ଡନରେ ରହୁଥିବା ଆଇନଜୀବି ଖାଲିଦ ଉମର ନିଜର ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କିଛି ଗଣମାଧ୍ୟମର ରିପୋର୍ଟରେ ଉମରଙ୍କ ଏହି ସୂଚନାକୁ ସ୍ଥାନ ଦିଆଯାଇଛି। ଏହା ଅନୁସାରେ ଏଫ୍-୧୬କୁ ପାକିସ୍ତାନ ବାୟୁସେନାର ୧୯ ତମ ସ୍କ୍ବାଡନ୍ର ପାଇଲଟ ଶହଜାଜୁଦ୍ଦିନ ଉଡାଉଥିଲେ। କିନ୍ତୁ ଦୁଃଖର କଥା ପିଓକେରେ ଇଜେକ୍ଟ କରିବା ପରେ ପାକିସ୍ତାନୀ ପାଇଲଟ ଜଣକ ଜୀବିତ ଥିଲେ। କିନ୍ତୁ ସେଠାର କିଛି ଳୋକ ତାଙ୍କୁ ଭାରତୀୟ ଭାବି ମାଡ ମାରିଥିଲେ। ପରେ ତାଙ୍କୁ ଯେତେବେଳେ ଜଣାପଡିଥିଲା ପାଇଲଟ ଜଣକ ପାକିସ୍ତାନୀ ତାଙ୍କୁ ପିଓକେର ଲୋକମାନେ ହସ୍ପିଟାଲକୁ ନେଇ ଯାଇଥିଲେ। ତେବେ ପାଇଲଟ ଜଣଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ମୃତ ପାଇଲଟ ଜଣଙ୍କର ବାପା ମଧ୍ୟ ଜଣେ ଏୟାର ମାର୍ଶଲ ଥିଲେ। ଦୁଇ ଏୟାର ମାର୍ଶଲଙ୍କ ପୁଅ(ଅଭିନନ୍ଦନ-ଶାହଜାଜ) ଆକାଶରେ ଲଢିଥଲେ। କିନ୍ତୁ ଅଭିନନ୍ଦନ ଶତ୍ରୁ ଦେଶରେ ନିଜର ଦମ୍ଭ ଓ ପରାକ୍ରମ ଦେଖାଇ ଫେରିଆସିଥିବା ବେଳେ ଶାହଜାଜ କିନ୍ତୁ ନିଜ ଦେଶର ଲୋକଙ୍କ ହାତରେ ମାଡ ଖାଇ ମୃତ୍ୟୁବରଣ କରିଥିଲେ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଘଟଣା ଦିନ ନିଜେ ପାକିସ୍ତାନ ମଧ୍ୟ ତା’ର ପାଇଲଟକୁ ଭାରତର ବୋଲି ଭାବୁଥିଲା। ପାକ୍ ସେନା ମୁଖପାତ୍ର ମେଜର ଜେନେରାଲ ଆସିଫ ଗଫୁର କହିଥିଲେ ଆମେ ଦୁଇ ଭାରତୀୟ ବିମାନକୁ ନଷ୍ଟ କରିବା ସହ ଦୁଇଜଣ ପାଇଲଟଙ୍କୁ ଗିରଫ କରିଛୁ। ଜଣେ ପାଇଲଟ(ଅଭିନନ୍ଦନ) ସେନା କଷ୍ଟଡିରେ ଥିବା ବେଳେ ଆଉଜଣେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏପରିକି ଏଫ୍-୧୬ ଧ୍ବଂସ ହେବାର କଥାକୁ ମଧ୍ୟ ପାକିସ୍ତାନ ଖଣ୍ଡନ କରିଥିଳା। ଫେବୃଆରୀ ୨୮ରେ ଏହାର ଧ୍ବଂସାବଶେଷ ଫଟୋ ଦେଖିବାକୁ ମିଳିବା ପରେ ପାକିସ୍ତାନର ମିଛ ଧରାପଡିଥିଲା।

Leave a comment