ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରଥରେ ପାଣ୍ଡିଆନ ସାରଥୀ। ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଚଳାଇ ଉଦାହରଣ ସୃଷ୍ଟି କରିଛନ୍ତି ପାଣ୍ଡିଆନ। ଏହି ଘଟଣା କେବଳ ସତ ନୁହେଁ, ଆଜି ଚର୍ଚ୍ଚାର ପ୍ରସଙ୍ଗ ମଧ୍ୟ ପାଲଟିଛି। ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ପ୍ରଦର୍ଶନୀ ପଡ଼ିଆରେ। ପାଣ୍ଡିଆନ ଗାଡ଼ି ଚଳାଉଥିବା ସମୟର କିଛି ଫଟୋ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଫଟୋରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଆଜି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଗାଡ଼ିରେ ବସାଇ ପ୍ୟାରେଡ଼ ସ୍ଥଳକୁ ଆଣିଥିଲେ। କାରକେଡ଼ ମଧ୍ୟରେ ପାଣ୍ଡିଆନ ଗାଡ଼ି ଚଳାଇ ଆସିଥିଲେ। ପରେଡ଼ ଗ୍ରାଉଣ୍ଡରେ ଏହି ଦୃଶ୍ୟ ଦେଖିବା ପରେ ସମସ୍ତେ ଏକ ପ୍ରକାର ଚକିତ ହୋଇ ପଡ଼ିଥିଲେ। ଆଲୋଚନାର ପ୍ରସଙ୍ଗ ମଧ୍ୟ ସଙ୍ଗେସଙ୍ଗେ ପାଲଟି ଯାଇଥିଲା। ତେବେ ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ଏହି ଯୋଡ଼ିକୁ ସମସ୍ତେ ପ୍ରଶଂସା ମଧ୍ୟ କରିଥିଲେ। ଉଭୟଙ୍କର ଏହି ଦୃଶ୍ୟ ହୃଦୟ ଛୁଇଁଲା ଭଳି ହୋଇଛି ବୋଲି ସମସ୍ତେ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିଛି। ଉଭୟଙ୍କ ମଧ୍ୟରେ ଥିବା ଭଲପାଇବା ପରସ୍ପର ପ୍ରତି ଥିବା ସମ୍ମାନ ସ୍ପଷ୍ଟ ବାରି ହୋଇ ପଡ଼ୁଛି ବୋଲି ସମସ୍ତେ କହିଛନ୍ତି। ସୂଚନା ଯୋଗ୍ୟ ଆଜି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ପତାକା ଉତ୍ତୋଳନ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଆଜି ପ୍ରୋଟୋକଲ ଭାଙ୍ଗିବା ପରେ ଖବରଟି ଚର୍ଚ୍ଚାକୁ ଆସିଛି। ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଡ୍ରାଇଭର ରହିଥିଲେ ମଧ୍ୟ ପାଣ୍ଡିଆନ ଆଜି ଗାଡ଼ି ଚଳାଇଥିଲେ। ତେବେ ପାଣ୍ଡିଆନଙ୍କ ମୁଖ୍ୟମନ୍ତ୍ରୀ ପ୍ରତି ଥିବା ସମ୍ମାନ ଏହି ସମୟରେ ସ୍ପଷ୍ଟ ବାରି ହୋଇ ପଡ଼ିଥିଲା। କେବଳ ପାଣ୍ଡିଆନ ନୁହଁନ୍ତି ପୂର୍ବରୁ ମଧ୍ୟ ଅନେକ ରାଜ୍ୟରେ ପ୍ରଶାସକମାନେ ପ୍ରୋଟୋକଲ ଭାଙ୍ଗିଥିବାର ନଜିର ରହିଛି। ପ୍ରଶାସକଙ୍କ ସହିତ ନେତାମାନେ ମଧ୍ୟ ପ୍ରଟୋକଲ ଭାଙ୍ଗିଥିବା ନଜିର ରହିଛି।ଗତ ଫେବୃଆରୀ ମାସରେ ଭାରତ ଗସ୍ତରେ ଆମେରିକାର ରାଷ୍ଟ୍ରପତି ଆସିଥିବା ବେଳେ ମୋଦି ପ୍ରୋଟୋକୋଲ ଭାଙ୍ଗି ତାଙ୍କୁ ସ୍ୱାଗତ କରିଥିଲେ। ସେହିପରି ପାକିସ୍ତାନର ପ୍ରଧାନମନ୍ତ୍ରୀ ୟୁଏଇ ଗସ୍ତରେ ଯାଇଥିବା ବେଳେ ସେଠାକାର ରାଜାଙ୍କ ଗାଡ଼ି ପ୍ରୋଟୋକଲ ଭାଙ୍ଗି ମଧ୍ୟ ଚଳାଇଥିଲେ।
Trending
- PM Narendra Modi’s 70th Birthday: Rahul Gandhi, Naveen Patnaik Extend Wishes
- Coronavirus cases in India latest update, numbers and statistics
- Coronavirus cases in Odisha latest update, numbers and statistics
- BJD Candidate List For Phase 1, Phase 2 Elections In Odisha
- NTA Postpones JEE (Mains) Due to COVID-19 Crisis
- Track Kumbh Mela Returnees: Odisha Govt To District Administration
- Odisha COVID-19 Report for 17 April District Wise
- COVID-19 Vaccine: Odisha CM Naveen Patnaik Writes to PM Modi Seeking More Doses
- Odisha COVID19 Report for 16 April District Wise
- Fugitive SK Hyder Brought to Odisha on Transit Remand
- Odisha: OPCC President Niranjan Patnaik Hospitalized
- Odisha COVID19 Report for 15 April District Wise
- Absconding Gansgter Sk Hyder Nabbed In Telangana
- Night Curfew Returns in Odisha; Know Details