ଟେନ୍ ରାଜପୁତ୍ର ଚାର୍ଲ୍ସଙ୍କୁ କରୋନା ଆକ୍ରାନ୍ତ କରିଛି। ତାଙ୍କ ଶରୀର ଅସୁସ୍ଥ ହେବା ପରେ ତାଙ୍କର ପରୀକ୍ଷଣ କରାଯାଇଥିଲା। ତାଙ୍କଠାରେ କୋଭିଡ୍-୧୯ ଭୂତାଣୁ ମିଳିଥିବା ଜଣାପଡ଼ିଛି।
ଚାର୍ଲ୍ସ କାହା ସହ ମିଶୁ ନ ଥିବା ବେଳେ କିଭଳି ତାଙ୍କ ଶରୀରକୁ ଭୂତାଣୁ ଆସିଲା ତାହା ଏବେ ଚିନ୍ତାର କାରଣ ପାଲଟିଛି। ତାଙ୍କ ପତ୍ନୀଙ୍କ ଠାରେ କରୋନା ଭୂତାଣୁ ମିଳିନାହିଁ। ବର୍ତ୍ତମାନ ସପରିବାର ଚାର୍ଲ୍ସ ହୋମ୍-କ୍ବାରାଣ୍ଟିନ୍ରେ ଅଛନ୍ତି। ଚାର୍ଲ୍ସଙ୍କ ପାଖରେ ଚିକିତ୍ସା ସୁବିଧା ପହଞ୍ଚାଇ ଦିଆଯାଇଛି।
୭୧ ବର୍ଷୀୟ ଚାର୍ଲସ ବ୍ରିଟେନ୍ର ପରବର୍ତ୍ତୀ ରାଜା ହେବାକୁ ଯାଉଥିବା ବେଳେ ତାଙ୍କ ପରେ ତାଙକ ପୁଅ ଉଇଲିଅମ୍ସ ଏହି ଆସନରେ ବସିବେ। ଦୁଇ ସପ୍ତାହ ତଳେ ଚାର୍ଲ୍ସ କରମର୍ଦ୍ଦନ ବଦଳରେ ନମସ୍କାର କରୁଥିବା ନଜରକୁ ଆସିଥିଲେ।