Odisha News Insight

ସରପ୍ରାଇଜ୍ ଦେଲେ ସଲମାନ୍, କାଲି କରିବେ ବିବାହ ତାରିଖ ଘୋଷଣା !

ବଲିଉଡ ଅଭିନେତା ସଲମାନ ଖାନଙ୍କ ବିବାହକୁ ନେଇ ଲଗାତାର ସୋସିଆଲ ମିଡିଆରେ ଖବର ଆସିଥାଏ । ତେବେ ଏକ ଇଣ୍ଟରଭ୍ଯୁରେ ନିଜ ବିବାହ ସମ୍ପର୍କରେ ଆଲୋଚନା କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ସେ ୨୩ ମେରେ ନିଜ ବିବାହ ତାରିଖ ଘୋଷଣା କରିବେ । ଆଶ୍ଚର୍ଯ୍ଯ ହୋଇଗଲେ ନା ? ତେବେ ଏହା କୌଣସି ଗୁଜବ ନୁହେଁ, ସତ ଖବର । ତେବେ ସଲମାନ୍ ପ୍ରକୃତରେ କିଛି ଘୋଷଣା କରିବେନି ମଜା କରୁଥିଲେ ।
ମୁମ୍ବାଇ ମିରରକୁ ଦେଇଥିବା ଏକ ଇଣ୍ଟରଭ୍ଯୁରେ ଭାଇଜାନ୍ କହିଛନ୍ତି ଯେ ‘ମୋ ବିବାହ ପ୍ଲାନିଂ ସମ୍ପର୍କରେ ବାରମ୍ବାର ପଚରାଯାଉଛି । ଭାବୁଛି ମେ ୨୩ରେ ବିବାହ ତାରିଖ ଘୋଷଣା କରିଦେବି ।‘ ତେବେ ସଲମାନ୍ ଏହା ମଜାରେ କହିଛନ୍ତି । କାରଣ ସେ ଜାଣିଛନ୍ତି ମେ ୨୩ରେ ନିର୍ବାଚନ ଫଳାଫଳ ଆସିବାର ଅଛି । ଏହି ଦିନ ଆଗାମୀ ୫ ବର୍ଷ ପାଇଁ କିଏ ଆମ ଦେଶର ପ୍ରଧାନମନ୍ତ୍ରୀ ହେବ ତା ଉପରେ ସମସ୍ତଙ୍କ ନଜର ରହିବ । ତେଣୁ କେହି ସଲମାନଙ୍କ ବିବାହ ଉପରେ ଧ୍ଯାନ ଦେବେନି । ତେବେ କହିରଖୁଛୁ ଇଣ୍ଟରଭ୍ୟୁରେ ସେ ଆଉ ଏକ କଥା କହିଥିଲେ ଯେ ତାଙ୍କର ପିଲା ଦରକାର । କିନ୍ତୁ ପିଲା ସାଙ୍ଗରେ ମା ଆସିଥାଏ, ଏବଂ ତାଙ୍କର ମା ଦରକାର ନାହିଁ । କିନ୍ତୁ ତାଙ୍କର ଏକ ପିଲା ଦରକାର ବୋଲି ସେ ଇଣ୍ଟରଭ୍ଯୁରେ କହିଥିଲେ ।

Leave a comment