Odisha News Insight

ସମ୍ବିତ ପାତ୍ରଙ୍କ ଦେହରେ କୋରୋନା ଭୁତାଣୁ

ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଙ୍କ ଦେହ ରେ କୋରୋନା ଭୁତାଣୁ ମିଳିଛି। ଯାହାକୁ ନେଇ ସାରା ଦେଶ ରେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ଦେହ ରେ କୋରୋନା ର ଲକ୍ଷଣ ଦେଖାଦେବାରୁ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତାଙ୍କର କୋରୋନା ପଜିଟିଭ ବାହାରିବା ପରେ ତାଙ୍କୁ ଗୁରୁଗ୍ରାମ ର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମ୍ବିତ ପାତ୍ର ଙ୍କ ଘର ଯାଜପୁର ଜିଲ୍ଲା ଖଇରାବାଦ ପଂଚାୟତରେ ହୋଇଥିବା ବେଳେ ସେ ଗତ ସାଧାରଣ ନିର୍ବାଚନରେ ପୁରୀ ଲୋକ ସଭା ଆସନ ପାଇଁ ବିଜେପିର ଦଳୀୟ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ସମ୍ବିତ ପ୍ରତିଦିନ ବିଭିନ୍ନ ଟେଲିଭିଜନ ଡିବେଟ ରେ ଅଂଶଗ୍ରହଣ କରି ସର୍ବଦା ଚର୍ଚ୍ଚା ରେ ରହିଥାନ୍ତି।

Leave a comment