Odisha News Insight

ରାଜ୍ୟ ମନ୍ତ୍ରୀପରିଷଦ ବୈଠକ ବସିବ ଆଜି ସନ୍ଧ୍ୟାରେ – ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ ।

ରାଜ୍ୟ ମନ୍ତ୍ରୀପରିଷଦ ବୈଠକ ବସିବ ଆଜି ସନ୍ଧ୍ୟାରେ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟାରେ ବୈଠକ । ରାଜ୍ୟରେ କରୋନା ସ୍ଥିତିକୁ ଦେଖି ମନ୍ତ୍ରୀ ପରିଷଦରେ କିଛି ବଡ ନିଷ୍ପତ୍ତି ନେଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱରରେ ଥିବା ମନ୍ତ୍ରୀମାନ ଲୋକସେବା ଭବନ ଓ ଜିଲ୍ଲାରେ ଥିବା ଅନ୍ୟ ମନ୍ତ୍ରୀମାନେ ଜିଲ୍ଲାପାଳଙ୍କ ଭିଡିଓ କନଫରେନସିଂ ପ୍ରକୋଷ୍ଠରୁ ବୈଠକରେ ସାମିଲ ହେବେ । ରାଜ୍ୟରେ ଯେଭଳି ଭାବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି ତାହାକୁ ଦୃଷ୍ଟିରେ ରଖି କିଛି ବଡ଼ ନିଷ୍ପତ୍ତି ହେବାର ଆଶଙ୍କା ରହିଛି ।

Leave a comment