Odisha News Insight

ଭିଡିଓ କନଫରେନ୍ସିଂରେ ମୋଦିଙ୍କ ସହ କଥା ହେଲେ ଓଡ଼ିଆ ପୁଅ ପ୍ରମୋଦ, କଣ କଥା ହେଲେ ଜାଣନ୍ତୁ?

 କରୋନା ମୁକାବିଲା ପାଇଁ ସାରା ଦେଶ ଲକଡାଉନ। ଏହାରି ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୯ କ୍ରୀଡ଼ାବିତଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଥିଲେ। ସେମାନଙ୍କ ମଧ୍ୟରେ ପାରା ବ୍ୟାଡମିଣ୍ଟନ ଖେଳାଳୀ ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତ ମଧ୍ୟ ରହିଥିଲେ। ଏହି ଆଲୋଚନା ବେଳେ ପାଖାପାଖୀ ୯ଜଣ ଖେଳାଳୀଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ।

ଗଣମାଧ୍ୟମକୁ ପ୍ରମୋଦ ଭଗତ କହିଛନ୍ତି ଯେ, ଦିନ ୩ଟାରେ ପ୍ରଧାନମନ୍ତ୍ରୀଙ୍କ ଅଫିସରୁ କଲ ଆସିଥିଲା। ହେଲେ ମୁଁ ଫୋନଟିକୁ ଉଠାଇ ପାରିନଥିଲି। ପରେ କ୍ରୀଡାମନ୍ତ୍ରୀ କିରନ ରିଜୁଙ୍କ ସହ କଥା ହୋଇଥିଲି। କିରନ ରିଜୁଙ୍କ ସହ କଥା ହୋଇ ଖୁସି ଲାଗିଲା। କେଉଁଠାରେ ଏବଂ କେମିତି ଅଛ ବୋଲି ପଚାରିଲେ କୀଡାମନ୍ତ୍ରୀ। ମୁଁ ତାଙ୍କ ପ୍ରଶ୍ନର ଉତ୍ତର ଦେଇ କହିଲି ଯେ, ମୁଁ ଭୁବନେଶ୍ବର ମୋ କ୍ବାଟରରେ ରହିଛି ଏବଂ ବହୁତ ଭଲ ଅଛି ବୋଲି କହିଲି। ଏଭଳି କହିଛନ୍ତି ପ୍ରମୋଦ ଭଗତ।

ଏଥିସହିତ ପ୍ରମୋଦ ଆହୁରି କହିଛନ୍ତି ଯେ, ମହାମାରୀ କରୋନାର ମୁକାବିଲା କରିବା ପାଇଁ ସାମାଜିକ ଦୂରତା ଆବଶ୍ୟକ। ମାନ୍ୟବର ପ୍ରଧାନମନ୍ତ୍ରୀ ଆପଣ ଯେତେବେଳେ ବାରମ୍ବାର TV ଓ Radio ମାଧ୍ୟମରେ କରୋନା ବିଷୟଯର କହୁଛନ୍ତି। ଆମ ଭାରତର ଲୋକମାନଙ୍କ ପାଖରେ ଏକପ୍ରକାର ସକରାତ୍ମକ ମନଭାବ ଦେଖା ଦେଉଛି। ଡାକ୍ତର ଓ ପୋଲିସ ଯେଉଁ ହିସାବରେ ନିଜର କାର୍ଯ୍ୟ କରୁଛନ୍ତି ତାଙ୍କ ପାଖରେ ଆମେ ଚିରରୁଣୀ।

ମହାମରୀ କରୋନା ମୁକାବିଲାକୁ ନେଇ କେନ୍ଦ୍ର ସରକାରଙ୍କ ପରି ସମସ୍ତ ରାଜ୍ୟ ସରକାର ତତ୍ପରତା ହେବା ଆବଶ୍ୟକ। ମହାମାରୀ କରୋନା ମୁକାବିଲା କରିବା ପାଇଁ ମୋତେ ଲାଗୁଛି ମୋ ରାଜ୍ୟ ସରକାର ବହୁତ ଆଗରେ ଅଛନ୍ତି ବୋଲି କହିଛନ୍ତି ପ୍ରମୋଦ ଭଗତ। ଆମ ଦେଶର ଯେତେବି ପ୍ରସିଦ୍ଧ ଖେଳାଳୀ ଅଛନ୍ତି ତାଙ୍କ ଘରେ ରହି ସତର୍କତା ପଦକ୍ଷେପ ଓ ଫିଟନେସ୍‌ ଉପରେ ସାମାଜିକ ଗଣମାଧ୍ୟମରେ ପରିବେଷଣ କରିବା ଏକ ସକରାତ୍ମକ ମନୋଭାବ ଦର୍ଶାଏ।

ମାନ୍ୟବର ପ୍ରଧାନମନ୍ତ୍ରୀ ଲକଡାଉନ ପଦକ୍ଷେପ ଆବଶ୍ୟକ ପୂର୍ଣ୍ଣ ପଦକ୍ଷେପ ଥିଲା ସେଥିପାଇଁଁ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ଅପେକ୍ଷାକୃତ ନିୟନ୍ତ୍ରଣରେ ରହିଛି। କାରଣ ମୁଁ ଦେଖିଛି ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକା ନିୟନ୍ତ୍ରଣ କରି ପାରନ୍ତି ନାହିଁ। ଆପଣଙ୍କ ପଦକ୍ଷେପ ସ୍ବାଗତ ଯୋାଗ୍ୟ। ମୋତେ ଯଦି ସରକାର କରୋନା ସଚେତନତା କର୍ଯ୍ୟରେ ମୋତେ ଲଗାଇବେ ତେବେ ମୁଁ ଖୁସିରେ କାର୍ଯ୍ୟକୁ ସ୍ବୀକାର କରିିବି ବୋଲି ପ୍ରମୋଦ କହିଛନ୍ତି।

Leave a comment