Odisha News Insight

ନାସାକୁ ଯିବେ ଗରୀବ ଚା ଦୋକାନି ଝିଅ ତାନ୍ୟା |

ନାସା ପରିଭ୍ରମଣରେ ଯିବେ ଜଣେ ଗରୀବ ଚା ଦୋକାନିଙ୍କ ଝିଅ | ଦୃଢ ଇଚ୍ଛା ଶକ୍ତି ଓ ପରିଶ୍ରମ ଆଗରେ ସବୁ ସମ୍ଭବ ତାହା ପୁଣି ଥରେ ପ୍ରମାଣିତ କରିଛନ୍ତି ତାମିଲନାଡ଼ୁ ମଦୁରାଇର ୧୫ ବର୍ଷୀୟ ତାନ୍ୟା ଦସନାମ। ତାନ୍ୟାଙ୍କ ବାପା ଜଣେ ଅତି ସାଧାରଣ ଚା’ଦୋକନୀ ହୋଇଥିବା ବେଳେ ତାନ୍ୟାଙ୍କୁ ୯ଦିନ ପାଇଁ ନାସା ପରିଭ୍ରମଣ ପାଇଁ ତାଙ୍କୁ ସୁଯୋଗ ମିଳିଛି । ଏହି ସଫଳତା ତାନ୍ୟାଙ୍କୁ ଜାତୀୟ ମହାକାଶ ବିଜ୍ଞାନ ପ୍ରତିଯୋଗୀତା ୨୦୧୯ରେ ଭାଗନେଇ ସେ କୃତିତ୍ୱ ଅର୍ଜନ କରିବା ପରେ ମିଳିଛି । ତାନ୍ୟାଙ୍କ କୃତିତ୍ବ ପାଇଁ ୧୦ ହଜାର ଡ଼ଲାର ଛାତ୍ରବୃତି ମିଳିବା ସହ ଫ୍ଲୋରିଡ଼ା ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜିରେ ତାଙ୍କୁ ପଢିବାର ସୁଯୋଗ ରହିଛି ।

Leave a comment