Odisha News Insight

ଅଙ୍ଗୁରର ଔଷଧୀୟ ଗୁଣ

ଅଙ୍ଗୁର ସବୁ ସମୟରେ ବଜାରରେ ମିଳିଥାଏ। ହେଲେ ଖରାଦିନେ ଏହା ଅଧିକ ସ୍ୱାଦିଷ୍ଟ ଲାଗିଥାଏ। ଏହି ଅଙ୍ଗୁର ଖାଇଲେ ଥଣ୍ଡା ହୋଇଥାଏ ବୋଲି କେତେକ ମତ ଦେଇଥାଆନ୍ତି। କିନ୍ତୁ ଅଙ୍ଗୁରର ଔଷଧୀୟ ଗୁଣ ସମ୍ପର୍କରେ ଅନେକଙ୍କୁ ଜଣାନଥାଏ। ଅଙ୍ଗୁରରେ ଥିବା ପୋଷକତତ୍ତ୍ୱ କ୍ୟାନସର ଓ ଡାଇବେଟିସ୍ ଭଳି ମାରାତ୍ମକ ରୋଗକୁ ଦୂରେଇ ଦେଇଥାଏ। ନିକଟରେ ଆମେରିକାରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଏ ଯେ ଅଙ୍ଗୁର ମଞ୍ଜିର ରସ ପିଇଲେ କ୍ୟାନସର ଭଳି ମାରାତ୍ମକ ବ୍ୟାଧି ବ୍ୟାପି ନଥାଏ।
*ପ୍ରତିଦିନ ୫୦ ଗ୍ରାମ ଅଙ୍ଗୁର ଖାଇଲେ ଥଣ୍ଡା ସମସ୍ୟା ଦୂରହେବା ସହ ରକ୍ତଚାପର ସ୍ତର ସାମାନ୍ୟ ରହିଥାଏ।
*କ୍ୟାନସରରେ ପୀଡିତ ଥିବା ବ୍ୟକ୍ତି ପ୍ରଥମେ ୩ ଦିନ ଅଳ୍ପ ଅଙ୍ଗୁର ରସ ପିଇବା ଭଲ। ଏହାପରେ ନିୟମିତ ଗୋଟିଏ ଗ୍ଲାସ ଅଙ୍ଗୁର ରସ ପିଇଲେ ଏଥିରୁ ମୁକ୍ତି ମିଳିଥାଏ।
*ଛାତି ଦରଜ ହେଉଥିଲେ ଅଧାକପ୍ ଅଙ୍ଗୁର ରସ ପିଇଲେ ଆରାମ ମିଳିଥାଏ।
*ଅଧାକପାଳି ସମସ୍ୟା ଥିଲେ ସୂର୍ଯ୍ୟାସ୍ତ ପୂର୍ବରୁ ଅଧାକପ ଅଙ୍ଗୁର ରସ ପିଇବା ଭଲ।
*ଗଳା ସମସ୍ୟା ବା କୋଷ୍ଠ କାଠିନ୍ୟ ହେଉଥିଲେ ଅଧାକପ୍ ଅଙ୍ଗୁର ରସ ସହ ସାମାନ୍ୟ ଲୁଣ ମିଶାଇ ପିଇଲେ ଲାଭ ମିଳିଥାଏ।

Leave a comment