Odisha News Insight

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି

ରାଜ୍ୟରେ ଆଉ ୨୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବାଲେଶ୍ୱରରୁ ୧୫, ଗଞ୍ଜାମରୁ ୩, ଯାଜପୁରରୁ ୩, ପୁରୀରୁ ଜଣେ ଓ ବୌଦ୍ଧରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି ପାଇଛି । ସେଥିରୁ ୩୪୯ଜଣ ଚିକିତ୍ସିତ ହେଉଥିବା ବେଳେ ୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୩ଜଣଙ୍କର ମୃତ୍ୟୁ ଘଟିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଏହି ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ ସଂଖ୍ୟା ୬୪ (୨ସୁସ୍ଥ)କୁ ବୃଦ୍ଧି ପାଇଛି । ସେହିପରି ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ ଥିବା ଖୋର୍ଦ୍ଧା ୫୦ (୩୭ ସୁସ୍ଥ), ବାଲେଶ୍ୱର ୫୭ (୧୧ସୁସ୍ଥ), ଭଦ୍ରକ ୩୧ (୧୫ସୁସ୍ଥ), ସୁନ୍ଦରଗଡ଼ ୧୬ (୧୦ସୁସ୍ଥ), ଅନୁଗୁଳ ୧୫, ମୟୁରଭଞ୍ଜ ୯, କେନ୍ଦ୍ରାପଡା ୯ (୨ ସୁସ୍ଥ), ଜଗତସିଂପୁର ୫, କେନ୍ଦୁଝର ୨, କଳାହାଣ୍ଡି ୨ (୨ ସୁସ୍ଥ), ଝାରସୁଗୁଡା ୨, କଟକ ୩ (୧ସୁସ୍ଥ), ବଲାଙ୍ଗୀର ୨, ପୁରୀ ୪(୧ସୁସ୍ଥ), ବୌଦ୍ଧ ୫, ନୟାଗଡ଼ ୧, କୋରାପୁଟ ୧, ଢେଙ୍କାନାଳ ୧ (ସୁସ୍ଥ) ଓ ଦେବଗଡରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତମାନ ସୁଦ୍ଧା ୨୧ ରାଜ୍ୟରେ କରୋନା ପ୍ରବେଶ କରିଛି ।

ଅଦ୍ୟାବଧି ମୋଟ ୬୮ ହଜାର ୦୫୭ ସାମ୍ପୁଲ ଟେଷ୍ଟ କରାଯାଇଥିବା ବେଳେ ୪୩୭ ପଜିଟିଭ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରେ ୧୫ରୁ ୪୦ ବର୍ଷ ବୟସ୍କ ଯୁବକ ସର୍ବାଧିକ ଆକ୍ରାନ୍ତ ହୋଇଛନ୍ତି । ଏହି ବୟସର ଲୋକ ସର୍ବାଧିକ ୨୫୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଶୂନ୍ୟରୁ ୧୪ ବର୍ଷ ବୟସର ବାଳକ ୧୩ଜଣ, ୪୧ରୁ ୬୦ବର୍ଷ ବୟସ୍କରର ବ୍ୟକ୍ତି ୧୧୪ଜଣ ଓ ୬୦ରୁ ଅଧିକ ବର୍ଷ ବୟସ୍କ ବ୍ୟକ୍ତି ୨୮ଜଣ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ପୁରୁଷ ୩୫୨ ଓ ମହିଳା ୫୯ ଜଣ ଅଛନ୍ତି ।

Leave a comment