Odisha News Insight

ଆସନ୍ତାକାଲିଠାରୁ ଖୋଲିବ ପାର୍କ; ବିଏମସି

ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ସମସ୍ତ ପାର୍କ ଖୋଲିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସାରା ଦେଶରେ କରୋନା ସଂକ୍ରମଣ ରୋକିବାକୁ ଲକାଡାଉନ୍ ଜାରି କରାଯାଇଥିଲା । ଲକଡାଉନ୍ ପାଇଁ ସମସ୍ତ ସର୍ବସାଧାରଣ ସ୍ଥାନ ଯଥା ପାର୍କ, ଜିମ୍, ସପିଂ ମଲ୍ ଆଦି ବନ୍ଦ ରହିଥିଲା । ଲକଡାଉନ୍ ୪ରେ ମଧ୍ୟ କଟକଣା କିଛି କୋହଳ କରାଯାଇଥିବାରୁ ଏବେ ବିଏମସି ପକ୍ଷରୁ ରାଜଧାନୀରେ ଆସନ୍ତାକାଲିଠାରୁ ପାର୍କ ଖୋଲିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁସାରେ, ସକାଳ ୬ରୁ ୧୦ଟା ଯାଏଁ ସମସ୍ତ ପାର୍କ ଖୋଲିବ । ତେବେ ପାର୍କରେ ସାମାଜିକ ଦୂରତା ଉପରେ ନଜର ରଖାଯିବ । ସେହିପରି ମାସ୍କ ପିନ୍ଧିବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।

Leave a comment