Odisha News Insight

ସୋସିଆଲ ମିଡ଼ିଆକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି

ଧାରା ‘୬୬ କ’ ଅନୁଯାୟୀ ଇଣ୍ଟରନେଟର କୌଣସି ଲେଖାକୁ ଆଧାର କରି ପୋଲିସ ପାଖରେ କାହାକୁ ଗିରଫ କରିବାର ଅଧିକାର ଥିଲା। କିନ୍ତୁ ଆଜି ସୂଚନା ପ୍ରଯୁକ୍ତି ବିଦ୍ୟା ଅଧିନିୟମର ଧାରା ‘୬୬ କ’ ଉପରେ ଐତିହାସିକ ନିଷ୍ପତ୍ତି ନେଇ ସୁପ୍ରିମକୋର୍ଟ ଏହାକୁ ଅସାମ୍ବିଧାନିକ ଘୋଷଣା କରିବା ସହିତ ରଦ୍ଦ ମଧ୍ୟ କରିଦେଇଛନ୍ତି। ସମ୍ବିଧାନର ଅନୁଚ୍ଛେଦ ‘୧୯(୧)କ’ ରେ ନାଗରିକଙ୍କୁ ଭାଷଣ ତଥା ଅଭିବ୍ୟକ୍ତିର ଅଧିକାର ଦେଇଥାଏ। କିନ୍ତୁ କୋର୍ଟ କହିଛନ୍ତି ଧାରା ‘୬୬ କ’ ହେଉଛି ଅଭିବ୍ୟକ୍ତିର ସ୍ୱାଧୀନତା ଓ ମୌଳିକ ଅଧିକାରର ଉଲ୍ଲଂଘନ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଫେସବୁକ, ହ୍ୱାଟସ୍ଆପ,ଟ୍ୱିଟର ଗଣ ମାଧ୍ୟମରେ କୋଣସି ପୋଷ୍ଟରେ ପୋଲିସ କାହାକୁ ଗିରଫ କରିପାରିବ ନାହିଁ।

Leave a comment