Odisha News Insight

ପୁଣି ଭୁବନେଶ୍ଵରରେ ବାଘ !

ଦୁଇ ଦିନ ତଳେ ପଳାସପଲ୍ଲୀ ଅଞ୍ଚଳରେ ବାଘ ଆତଙ୍କ ସୃଷ୍ଟି କରିଥିବା ବେଳେ ଶୁକ୍ରବାର ପୁଣି ଏକ ବାଘ ରାଜଧାନୀରେ ବୁଲୁଥିବା ସୂଚନା ମିଳିଛି. ରଙ୍ଗମାଟିଆ ତଳସାହିରେ କଲରାପତରିଆ ବାଘ ଲୁଚି ରହିଥିବା କୁହାଯାଉଛି. ଅପରାହ୍ନରେ ଜଣେ ସ୍ଥାନୀୟ ବାସିନ୍ଦା ଏକ କଲରା ପତରିଆ ବାଘ ବୁଲୁଥିବା ଦେଖିବାକୁ ପାଇଥିଲେ. ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ବନ ବିଭାଗ. ବାଘ ବୁଲୁଥିବା ସୂଚନା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି.

ଅନ୍ୟପଟେ ଲୋକେ ବାଘର ପାଦ ଚିହ୍ନ ଦେଖିଥିବା କହିଛନ୍ତି. ଏରୋଡ୍ରମ ଏରିଆରୁ ଧରାଯାଇଥିବା ବାଘକୁ ବନବିଭାଗ ଚନ୍ଦକା ଜଙ୍ଗଲରେ ଛାଡି ଦେଇଥିବାରୁ ଏବେ ସେଇ ବାଘ ରଙ୍ଗମାଟିଆକୁ ଆସିଛି ନା ନୂଆ ବାଘ ମାତିଛି,ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି.

Leave a comment