Odisha News Insight

ଚୀନକୁ ବି ବହିଷ୍କାର କରିବ ଟିକ୍-ଟକ୍, ଜାଣନ୍ତୁ କାରଣ?

ଭାରତରେ ବ୍ୟାନ୍ ହେବା ପରେ ଏବେ ଚୀନଠାରୁ ସମ୍ପର୍କ ଭାଙ୍ଗିବାକୁ ଚାହୁଁଛି ଟିକ୍-ଟକ୍ ଆପ୍ । ବାଇଟଡ୍ୟାନ୍ସ ଲିମିଡେଟ ପକ୍ଷରୁ କୁହାଯାଇଛି ଯେ, ଟିକ୍ ଟକ୍ କାରବାରକୁ କର୍ପୋରେଟ୍ ଢାଞ୍ଚାରେ ପରିବର୍ତ୍ତନ କରିବାକୁ ଯୋଜନା ଚାଲିଛି । କମ୍ପାନୀର ମୂଳ ଉତ୍ପତ୍ତି ଚୀନ ହୋଇଥିବାରୁ ଆମେରିକାର ବ୍ୟାନ୍ କରିବାକୁ ପ୍ଲାନ କରୁଛି । ଏନେଇ କମ୍ପାନୀର କାର୍ଯ୍ୟନିର୍ବାହୀମାନେ ବୈଠକରେ ଆଲୋଚନା କରିଛନ୍ତିି । ବୈଠକରେ ସାମିଲ ହୋଇଥିବା ଜଣେ ଅଧିକାରୀଙ୍କ କହିବା ମୁତାବକ, ଟିକ୍ ଟକ୍ ପାଇଁ ନୂଆ ପରିଚାଳନା ବୋର୍ଡ ଗଠନ କରାଯିବା ସହ ଚୀନ୍ ବାହାରେ ଆପ୍ ପାଇଁ ଏକ ଅଲଗା କାର୍ଯ୍ୟାଳୟ ସ୍ଥାପନ ଭଳି ବିକଳ୍ପ ଉପରେ ଆଲୋଚନା କରାଯାଇଛି ।

ତେବେ ସୁରକ୍ଷା କାରଣରୁ ଭାରତ ସରକାର ଟିକ୍-ଟକ୍ ଆପ୍ ସମେତ ୫୯ଟି ଚୀନ୍ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ତଥ୍ୟ ଚୋରି ଅଭିଯୋଗରେ ନିଷିଦ୍ଧ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଫଳରେ ଚୀନର ଏହି ସମସ୍ତ କମ୍ପାନୀଗୁଡିକ ଆର୍ଥିକ କ୍ଷତି ସହୁଛି । ଏହାରି ମଧ୍ୟରେ ଚୀନକୁ ମିଳିଛି ଆଉ ଏକ ଶକ୍ତ ଝଟକା । ଭାରତ ପରେ ପରେ ଆମେରିକା ଓ ଅଷ୍ଟ୍ରେଲିଆରେ ଟିକ୍ ଟକ ସମତେ ଅନେକ ଚୀନ ଆପକୁ ବ୍ୟାନ କରାଯାଇଛି । ଅଷ୍ଟ୍ରେଲିଆରେ ୧୬ ଲକ୍ଷରୁ ଅଧିକ ଲୋକ ଟିକ୍ ଟକ୍ ବ୍ୟବହାର କରୁଛନ୍ତି ।

ଅନ୍ୟପଟେ ଚୀନର ଦିଗଜ୍ଜ କମ୍ପାନୀ ୟୁନିକର୍ଣ୍ଣ ବାଇଟଡ୍ୟାନ୍ସ ଲିମିଟେଡ ନିଜର ୩ଟି ଆପ୍ ବ୍ୟାନ ହେବାରୁ ୩ ବିଲିୟନ ଡଲାରରୁ ଅଧିକ କ୍ଷତି ସହିବ ବୋଲି ଆଶଙ୍କା କରାଯାଉଛି । ଯେଉଁଥିରେ ତାଙ୍କର ଲୋକପ୍ରିୟ ଆପ୍ ଟିକ୍ ଟକ୍ ସାମିଲ ରହିଛି ।

Leave a comment