Odisha News Insight

ଖୁବ ଶୀଘ୍ର ବାପା ହେବାକୁ ଯାଉଛନ୍ତି ବିରାଟ, ଟ୍ୱିଟ କରି ଦେଲେ ସୂଚନା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଟ୍ୱିଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛନ୍ତି । ବିରାଟ ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, “ସେତେବେଳେ ଆମେ ତିନି ହେବା । ଆସୁଛି ୨୦୨୧ ।”

ବିରାଟଙ୍କ ଏହି ଟ୍ୱିଟରୁ ସ୍ପଷ୍ଟ ଜଣା ପଡୁଛି ଯେ, ଅନୁଷ୍କା ଏବଂ ବିରାଟ କୋହଲିଙ୍କ ଘରକୁ ଜଣେ ନୂଆ ଅତୀଥି ଖୁବ ଶୀଘ୍ର ଆସିବାକୁ ଯାଉଛି । କୋହଲି ଏହାର ତାରିଖ ମଧ୍ୟ କହି ସାରିଛନ୍ତି ।

ପ୍ରକାଶ ଥାଉକି, ବିରାଟ ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ଆଇପିଏଲ ପାଇଁ ୟୁଏଇରେ ଅଛନ୍ତି । ବିରାଟ, ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଅଧିନାୟକ ଅଟନ୍ତି । ଏବଂ ୧୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ଆଇପିଏଲର ୧୩ତମ ସଂସ୍କରଣ ପାଇଁ ୟୁଏଇରେ ଅଛନ୍ତି ।

Leave a comment