Odisha News Insight

WHOର ଚେତାବନୀ- କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିଠାରେ ଅଧିକ ବିପଦ

କରୋନା ଭାଇରସ ଯୋଗୁଁ ସାରା ବିଶ୍ୱରେ ଲକ୍-ଡାଉନ୍ ଲାଗୁ ହେଉଥିବା ବେଳେ ଏହାର ଖରାପ ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ ପଡୁଛି । ଏନେଇ ବହୁ ଦେଶ ଇମ୍ୟୁନିଟି ସାର୍ଟିଫିକେଟ ଆଧାରରେ ଲକ୍-ଡାଉନକୁ କୋହଳ କରିବାକୁ ଚିନ୍ତା କରୁଛନ୍ତି । କିନ୍ତୁ ଏପରି କରିବା ଦ୍ୱାରା ବିପଦ ଆହୁରି ବଢିଯିବ ବୋଲି WHO ଚେତାବନୀ ଦେଇଛି । ତେବେ WHOର କହିବା ମୁତାବକ, କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତି ପୁନଃ ଏଥିରେ ସଂକ୍ରମିତ ହେଉଥିବା ବହୁ ଦେଶରେ ଦେଖିବାକୁ ମିଳିଛି । ଏହି କ୍ଷେତ୍ରରେ ସେହି ଲୋକଙ୍କୁ ପୁଣି କରୋନା ସଂକ୍ରମିତ କରିବାର ଆଶଙ୍କା ଥିବା ବେଳେ ଏହି ଭାଇରସ୍ ଅନ୍ୟ ଲୋକମାନଙ୍କୁ ବି ଆକ୍ରାନ୍ତ କରିବାର ବିପଦ ରହିଛି । ତେଣୁ ସରକାରଙ୍କ ଯୋଜନା ଦ୍ୱାରା କରୋନା ବିପଦ ଆହୁରି ବଢିଯିବ । କିଛି ଦେଶରେ କରୋନାରୁ ସୁସ୍ଥ ହେଉଥିବାର ଲୋକଙ୍କୁ କାମରେ ଆସିବାକୁ ମଧ୍ୟ ଅନୁମତି ଦେଇସାରିଛି । ବିଶ୍ୱରେ ବର୍ତ୍ତମାନ ୨୯ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ୨ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । କିନ୍ତୁ ସରକାରଙ୍କ ଏଭଳି ପଦକ୍ଷେପ ପାଇଁ ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇପାରେ WHO ଚେତାବନୀ ଦେଇଛି ।

Leave a comment