Odisha News Insight

ବିଜେପି ନେତାଙ୍କୁ ବରଗଡ଼ ସୋହେଲାରେ ମରଣାନ୍ତକ ଆକ୍ରମଣ

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ ପଟେଲ ଓ ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଈରାଶୀଷ ଆଚାର୍ଯ୍ୟଙ୍କୁ ସୋହେଲା ଠାରେ ମରଣାନ୍ତକ ଆକ୍ରମଣ। ଦୁହେଁ ବରଗଡ଼ ମେଡିକାଲରେ ଭର୍ତ୍ତି। ବିଜେପି ପ୍ରବକ୍ତା ସଜ୍ଜନ ଶର୍ମା ଶାସକ ବିଜୁ ଜନତା ଦଳ ବିରୁଦ୍ଧରେ ଅଭିଯୋଗ ଆଣି କହିଛନ୍ତି ବିଜେଡ଼ି ରକ୍ତମୁଖା ସାଜି ରାଜନୈତିକ ପ୍ରତିଦ୍ୱନ୍ଦୀ ମାନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରୁଛି।

ବିଜେଡ଼ିର ଏପରି କାର୍ଯ୍ୟକଳାପକୁ ଲୋକେ ସହ୍ୟ କରିବେ ନାହିଁ ଏବଂ ବିଜେପି ମଧ୍ୟ ଏପରି ଗୁଣ୍ଡାରାଜ ବିରୁଦ୍ଧରେ ସଂଘର୍ଷ ଜାରି ରଖିବ ବୋଲି ସେ କହିଛନ୍ତି।

ସେମାନେ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଜେଲରେ ଦେଖା କରିବାକୁ ଯାଉଥିବା ବେଳେ ଏହି ଆକ୍ରମଣ ଘଟିଥିଲା। ବିଜେପି ବିଧାୟକ ରବି ନାୟକ ଏହାର କଡ଼ା ନିନ୍ଦା କରିବା ସହ ଅଭିଯୋଗ ଆଣିଛନ୍ତି ଯେ ଏହା ପଛରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କର ହାତ ରହିଛି।

ଅନ୍ୟ ପକ୍ଷରେ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ ସମସ୍ତ ଅଭିଯୋଗକୁ ଖାରଜ କରି କହିଛନ୍ତି ଏହା ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ଯୋଗୁଁ ଘଟିଛି।

 

 

Leave a comment