Odisha News Insight

ବିଜେପି ନେତାଙ୍କ ଉପରେ ଆକ୍ରମଣ ରାଜନୈତିକ ନୁହେଁ: ବରଗଡ଼ ପୋଲିସ

ବରଗଡ଼: ଗତକାଲି ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଈରାଶୀଷ ଆଚାର୍ଯ୍ୟଙ୍କୁ ସୋହେଲା ଠାରେ ହୋଇଥିବା ମରଣାନ୍ତକ ଆକ୍ରମଣ ପଛରେ କୌଣସି ରାଜନୈତିକ ଷଡଯନ୍ତ୍ର ନାହିଁ, ଏହା କେବଳ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷ ବୋଲି ବରଗଡ଼ ଅତିରିକ୍ତ SP ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଅନ୍ୟ ପକ୍ଷରେ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ଏ ଘଟଣା ପାଇଁ ସିଧାସଳଖ ବିଜୁ ଜନତା ଦଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଦାୟୀ କରି କହିଛନ୍ତି ଶାସକ ଦଳ ଓଡ଼ିଶାରେ ଗୁଣ୍ଡାରାଜ ଚଳାଇଛି ଆଉ ମୁଖ୍ୟମନ୍ତ୍ରୀ ସବୁ ଜାଣି ସେମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି।

Leave a comment