Odisha News Insight

ହିନ୍ଦୋଳ NAC ନିର୍ବାଚନ: ବିଜେଡି ବିରୁଦ୍ଧରେ ଭୋଟରଙ୍କୁ ଲାଞ୍ଚ ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର: ବିଜେପି ପ୍ରବକ୍ତା ପୀତାମ୍ବର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ବିଧାୟକ ମାନଙ୍କ ବିରୁଦ୍ଧରେ ଆଣିଛନ୍ତି ଗୁରୁତର ଅଭିଯୋଗ। ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ଏବଂ ହିନ୍ଦୋଳ ବିଧାୟିକା ସୀମାରାଣୀ ବେହେରା ଭୋଟର ମାନଙ୍କୁ ପ୍ରଲୋଭିତ କରିବା ସହ ବିଜେପି କର୍ମୀ ଓ ନେତାଙ୍କୁ ଅର୍ଥବଳ ଦେଖେଇ ବିଜେଡିକୁ ଟାଣିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି।
ସୁଶାନ୍ତ ବେହେରାଙ୍କର ଏକ ଅଡିଓ ଟେପ୍ ଜାରି କରି ତାଙ୍କ ବିରୁଦ୍ଧରେ ତଦନ୍ତ କରାଇବାକୁ ସେ ଦାବୀ କରିଛନ୍ତି। ହିନ୍ଦୋଳର ୧୬ଟି ୱାର୍ଡରେ ୧୬ ଜଣ ମନ୍ତ୍ରୀ, ବିଧାୟକ ଓ ସାଂସଦ ଡେରା ପକେଇଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି।
ଅନ୍ୟ ପକ୍ଷରେ ଲାଞ୍ଚ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ସୁଶାନ୍ତ ବେହେରା।
Leave a comment