Odisha News Insight

କଳାହାଣ୍ଡିରୁ ଜଣେ କରୋନା ରୋଗୀ ଚିହ୍ନଟ, ସଂଖ୍ୟା ୨୧କୁ ବୃଦ୍ଧି

 ଆଜି ରାଜ୍ୟରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହି ୨୯ ବର୍ଷିୟ ଯୁବକ କଳାହାଣ୍ଡିର ବୋଲି ଜଣାପଡ଼ିଛି। ସେ ନିକଟରେ ବାହାରିନରୁ ଆସିଥିବା ନେଇ ସୂଚନା ମିଳିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ପଶ୍ଚିମ ଓଡ଼ିଶାରୁ ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଗତକାଲି ମଧ୍ୟ ଓଡ଼ିଶାରେ ୧୫ଜଣ କରୋନା ରେକାଗୀ ଚିହ୍ନଟ ହୋଇଥିଲେ।

ଆଜି ମୋଟ ୩୦୪ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। ଏଥିରୁ ଗୋଟିଏ ପଜିଟିଭ୍‌ ଆସିଛି ଯାହାକି କଳାହାଣ୍ଡିର। ଏମ୍ସ, ଆରଏମ୍‌ଆରସି ଏବଂ ଏସ୍‌ସିବିରେ ଯଥାକ୍ରମେ ୩୮,୨୨୩ ଏବଂ ୪୩ ନୁମନା ପରୀକ୍ଷା କରାଯାଇଥିଲା। ଏଯାଏ ମୋଟ ୧୬୯୯ ନମୁନା ପରୀକ୍ଷା ସରିଲାଣି।

Leave a comment