Odisha News Insight

ବାତିଲ ହେଲା ସ୍ବତନ୍ତ୍ର ପାସ୍‌ ବ୍ୟବସ୍ଥା

 କରୋନା ମୁକାବିଲା ପାଇଁ ସାରା ଓଡ଼ିଶା ଲକ ଡାଉନ। ଏହି ଲକ ଡାଉନ ସମୟରେ ଜରୁରୀକାଳିନ ସେବାରେ ବାହାରକୁ ଯିବାକୁ ହେଲେ ପାସ୍‌ ନେବା ପାଇଁ ପରାମର୍ଶ ଦିଆଯାଇଥିଲା। ହେଲେ ଏହି ପାସ୍‌ ନେବାକୁ ପୋଲିସ୍‌ ଷ୍ଟେସନରେ ଲୋକଙ୍କ ପ୍ରବଳ ଭିଡ ଜମିଥିଲା। ଏହାକୁ ନଜରରେ ରଖି ପାସ୍‌ ବ୍ୟବସ୍ଥାକୁ ବନ୍ଦ କରିଛି କମିଶନରେଟ ପୋଲିସ୍।

ବର୍ତ୍ତମାନ ଗମନାଗମନ ପାଇଁ ପରିଚୟ ପତ୍ର ବ୍ୟବହାର କରିବାକୁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ସେ କହିଛନ୍ତି ଆମେ ଏକ ଆଇଟି ପ୍ଲାଟଫର୍ମ ପ୍ରସ୍ତୁତ କରୁଛୁ, ଯାହା ଆସନ୍ତାକାଲି ସୁଦ୍ଧା ପ୍ରସ୍ତୁତ ହୋଇଯିବ। ଲୋକେ ଭିଡ଼ ନଜମାଇ ଏହି ପ୍ଲାଟଫର୍ମରୁ ସୁବିଧା ପାଇପାରିବେ ବୋଲି ସେ କହିଛନ୍ତି।

Leave a comment