ଲକଡାଉନ ଜନିତ ଅସୁବିଧା ପାଇଁ ଦୁଃଖିତ, ଏହା ଜରୁରୀ ଥିଲା- ମୋଦି

ପ୍ରତ୍ୟେକ ମାସର ଶେଷ ରବିବାର ଭଳି ଆଜି ମଧ୍ୟ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧିକ କରି କହିଛନ୍ତି ଯେ, କିିଛି ନିଷ୍ପତ୍ତି ପାଇଁ ଆପଣମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବିଶେଷକରି ଗରିବ ମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏଭଳି ନିଷ୍ପତ୍ତି ପାଇଁ ଆପଣମାନେ ଖୁସି ନାହାନ୍ତି ହେଲେ ମହାମାରୀ କରୋନାର ମୁକାବିଲା କରିବା ପାଇଁ ଏଭଳି ନିଷ୍ପତ୍ତି ନେବା ଜରୁରୀ ଥିଲା ବୋଲି ମୋଦି କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ମହାମାରୀ କରୋନା ଭାଇରସ୍‌ ମଣିଷ ଜୀବନ ନେବା ପାଇଁ ଅନେଇ ବସିଛି। ଏଥିପାଇଁ ଆପଣଙ୍କ ଜୀବନକୁ ବଞ୍ଚାଇବା ପାଇଁ ଲକଡାଉନ ନିଷ୍ପତ୍ତି ନିଆଯାଇଛି। ଆମ ଜୀବନ ମୂଲ୍ୟବାନ,ଏଥିପ୍ରତି ସଜାଗ ରହିବା। ନିଜେ ବଞ୍ଚିବା ସହ ପରିବାରକୁ ବଞ୍ଚାଇବା। କରୋନାକୁ ପ୍ରତିହତ କରିବା ପାଇଁ ଆମେ ମିଳିମିଶି ଲଢିବା। କରୋନା ପାଇଁ ଆମେ ଲକ୍ଷ୍ମଣରେଖା ପାଳନ କରିବା। ନିୟମ ଭଙ୍ଗ କରୁଥିବା ଲୋକ ଜୀବନ ସହ ଖେଳୁଛନ୍ତି ବାଲି କହିଛନ୍ତି ମୋାଦି।

କରୋନାଭାଇରସ୍ ସହ ମୁହାଁମୁହିଁ ଲଢୁଥିବା ସୈନିକ ବିଶେଷକରି ନର୍ସ, ଡାକ୍ତର ଏବଂ ପାରାମେଡିକସମାନଙ୍କ ଠାରୁ ଆମେ ପ୍ରେରଣା ନେବା ଉଚିତ ବୋଲି ସେ ମତ ଦେଇଛନ୍ତି । କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ରାମାଗାମ୍ପା ତେଜା ଓ ସମଗ୍ର ପରିବାର କରୋନାଭାଇରସ ଆକ୍ରାନ୍ତ ହୋଇଥିବା ଆଗ୍ରାର ଅଶୋକ କପୁରଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ସେମାନଙ୍କ ଅଭିଜ୍ଞତା ଶୁଣିଥିଲେ । ଜୋତା ନିର୍ମାତା କପୁର ପ୍ରଧାନମନ୍ତ୍ରୀଙ୍କୁ କହିଲେ ତାଙ୍କ ଦୁଇ ପୁଅ ଏବଂ ପରିବାରର ସଦସ୍ୟମାନେ ଇଟାଲିରେ କରୋନଭାଇରସ୍ ଆକ୍ରାନ୍ତ ହୋଇଥିଲେ। ସେଠାରୁ ଫେରିବା ପରେ ଅନ୍ୟମାନଙ୍କୁ ସଂକ୍ରମିତ କରିଥିଲେ । କୋଭିଡ୍-୧୯ ସମ୍ବନ୍ଧରେ ସଚେତନତା ପ୍ରଚାର କରିବାକୁ ପ୍ରଧାନମନ୍ତ୍ରୀ କପୁରଙ୍କୁ କହିଛନ୍ତି।

ଲକଡାଉନ୍ ସମୟରେ ନିଃସଙ୍ଗତାର ମୁକାବିଲା କରିବାକୁ ଲୋକେ ବଗିଚାକାମ ଓ ସଙ୍ଗୀତ ଭଳି ପୁରାତନ ରୁଚି ଆଦରି ନେବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହାଛଡ଼ା ସେ ସାମାଜିକ ଗଣମାଧ୍ୟମରେ ନିଜର ଫିଟନେସ୍ ରୁଟିନ୍ ଭିଡିଓ ଅପଲୋଡ୍ କରି ସେୟାର୍ କରିବେ ବୋଲି କହିଛନ୍ତି । ଆମକୁ ଏ ସଂଗ୍ରାମ ଜିଣିବାକୁ ପଡ଼ିବ ଆଉ ଆମେ ଜିଣିବା କହି ପ୍ରଧାନମନ୍ତ୍ରୀ “ମନ୍ କୀ ବାତ୍’ ଶେଷ କରିଥିଲେ ।

CoronaIndiaLockdownNarendra Modi