ଭଲ ଲୋକ ସହ ସବୁବେଳେ କଣ ପାଇଁ ଖରାପ ଓ ଖରାପ ଲୋକ ସହ କଣ ପାଇଁ ହୋଇଥାଏ ଭଲ , ଜାଣନ୍ତୁ ଏଠାରେ ଏହି ପ୍ରଶ୍ନର ଉତ୍ତର

ଆପଣଙ୍କ ମନରେ ଏହି ପ୍ରଶ୍ନ ସବୁବେଳେ ଆସିଥାଏ କି କାହିଁକି ଭଲ ଲୋକ ସହ ସବୁବେଳେ ଭଲ ଲୋକଙ୍କ ସହ ଖରାପ ଓ ଖରାପ ଲୋକଙ୍କ ସହ ଭଲ ହୋଇଥାଏ , ଯଦି କିଏ ବେଇମାନୀ କରିଥାଏ ତେବେ ଲୋକେ ତାକୁ ଭୁଲ୍ କହିଥାନ୍ତି ଯଦି କିଏ ଭଲ କରିବା କିମ୍ବା କିଛି ମହତ୍ କାର୍ଯ୍ୟ ବିଷୟରେ ଭାବି ଥାଏ , ତେବେ ତା ସହ ସବୁବେଳେ ଖରାପ ହିଁ ହୋଇଥାଏ , ଏହି ପରି ପ୍ରଶ୍ନ ଆମ ମନରେ ଆସିଥାଏ , ଆଜି ଆମେ ଏହି ପ୍ରଶ୍ନଗୁଡିକର ଉତ୍ତର କହିବାକୁ ଯାଉଛୁ


କହିଦେବୁ କି ଏହି ପ୍ରଶ୍ନର ଉତ୍ତର ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଦେଇଛନ୍ତି , ଥରେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୋଟେ ପ୍ରଶ୍ନ ପଚାରିଥିଲେ କି ବାସୁଦେବ ସବୁବେଳେ ଭଲ ବ୍ୟକ୍ତି ସହ ଖରାପ କାହିଁକି ହୋଇଥାଏ , ଓ ଯେଉଁଲୋକ କଟୁ ପ୍ରକୃତିର ହୋଇଥାନ୍ତି କିମ୍ବା ଖରାପ ବ୍ୟକ୍ତି ହୋଇଥାନ୍ତି , ତାଙ୍କ ସହ ସବୁବେଳେ ଭଲ ହିଁ ହୋଇଥାଏ , ଏହି କଥାରେ ଶ୍ରୀକୃଷ୍ଣ ଏକ କାହାଣୀ ଶୁଣାଇଲେ , ଯେଉଁଥିରେ ସେ ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ ।


ଏହି କଥା ସେହି ପୁରୁଣା ସମୟର ଅଟେ ଯେବେ ଗୋଟେ ନଗରରେ ଦୁଇଟି ପୁରୁଷ ରହୁଥିଲେ , ପ୍ରଥମ ପୁରୁଷ ବେପାରୀ ଥିଲା ଓ ବହୁତ ସତ୍ୟବାଦୀ ବ୍ୟକ୍ତି ଥିଲା , ସେ ଧର୍ମର ନୀତି ରୀତି କୁ ମାନୁଥିଲା , ଭଗବାନଙ୍କୁ ଭକ୍ତି କରୁଥିଲା , ମନ୍ଦିର ଯାଉଥିଲା , ଏହା ଛଡା କୁ କାମରୁ ଦୂରରେ ରହୁଥିଲା , କିନ୍ତୁ ଅନ୍ୟ ବ୍ୟକ୍ତି ଏହାର ବିଲକୁଲ୍ ବିପରୀତ ଓ ଦୁଷ୍ଟ ପ୍ରବୃତିର ଥିଲା , ସେ ସବୁବେଳେ ଖରାପ କାମରେ ଲିପ୍ତ ରହୁଥିଲା , ମନ୍ଦିର ଯିବା ପରିବର୍ତ୍ତେ ସେ ପଇସା ଓ ଚପଲ ଚୋରାଉଥିଲା , ଓ ମିଛ କହୁଥିଲା ଓ ନିଶା ନେଉଥିଲା , ଦିନେ ବହୁତ ଜୋରରେ ବର୍ଷା ହେବାକୁ ଲାଗିଲା , ସେହି ସମୟରେ ସମସ୍ତେ ନିଜ ନିଜ ଘରେ ଥିଲେ , ଓ ମନ୍ଦିରରେ କେବଳ ପୁଜାରୀ ଥିଲେ ।

ସେ ଲୋଭି ବ୍ୟକ୍ତି ମନ୍ଦିରରେ ପୁଜାରୀ ଏକେଲା ଦେଖି ମନ୍ଦିରରୁ ସବୁ ଧନ ଚୋରାଇନେଇଗଲା , ଓ ସେ ପୁଜାରୀଙ୍କ ଆଖି ଆଗରୁ ପଳେଇଯାଇଥିଲା , କିଛି ସମୟ ପରେ ସେଠାରେ ସେହି ଭଲ ବ୍ୟକ୍ତି ଆସିଲେ , ଓ ମନ୍ଦିରରେ ଥିବା ପୁଜାରୀ ତାଙ୍କ ଉପରେ ଚୋରି କରିଥିବାର ଅଭିଯୋଗ ଲଗାଇଦେଲେ । ଓ ସେଠାରେ ଲୋକ ଏକାଠି ହୋଇଗଲେ , ଓ ବେପାରୀକୁ ଗାଳି ଗୁଲଜ କରିବାକୁ ଲାଗିଲେ , ଯେମିତି ସେହି ବେପାରି ମନ୍ଦିର ବାହାରକୁ ବାହାରିଲା ବାହାରେ ଏକ ଗାଡି ଆସି ଧକ୍କା ଦେଇଚାଲିଗଲା , ଓ ସେହି ଭଲ ବ୍ୟକ୍ତି ପୁରା ଭାବେ ଆଘାତ ହୋଇଗଲା ।

ଫେରିବା ବେଳେ ଯେବେ ସେହି ବେପାରି ନିଜ ଘରକୁ ଯାଉଥିଲା ତେବେ ସେହି ଦୂଷ୍ଟ ବ୍ୟକ୍ତି ଖୁସିରେ ନାଚୁଥିଲା , ଓ କହୁଥିଲା କି ଆଜି ମୋର ଭାଗ୍ୟ ବଦଳିଯାଇଛି , ଯାହା ମୋତେ ଏତେ ସାରା ଧନ ଏକାଠି ମିଳିଯାଇଛି , ଯେବେ ବେପାରି ତାହାର କଥା ଶୁଣିଲା ଆଶ୍ଚର୍ଯ୍ୟ ହୋଇଗଲା , ସେ ଘରକୁ ଯିବାପରେ ଭଗବାନଙ୍କ ସବୁ ଫଟୋ ବାହାର କରିଦେଲା , ଓ ଭଗବାନଙ୍କୁ ନାରାଜ୍ ହୋଇକରି ଜୀବନ ଅତିବାହିତ କରିବାକୁ ଲାଗିଲା , କିଛି ସମୟ ପରେ ଦୁହେଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଗଲା ,ଓ ଦୁହେଁ ଯମରାଜଙ୍କ ପାଖକୁ ଗଲେ ।

ସେହି ବେପାରି ଯମରାଜଙ୍କୁ ପ୍ରଶ୍ନ କଲା କି ମୁଁ ସବୁବେଳେ ତ ଭଲ କର୍ମ କରୁଥିଲି କିନ୍ତୁ ତାହା ବଦଳରେ ମୋତେ ସବୁବେଳେ କଷ୍ଟର ସାମନା କରିବାକୁ ପଡିଲା , କିନ୍ତୁ ଏହି ଅଧର୍ମ କରୁଥିବା ବ୍ୟକ୍ତି ହାତରେ ନୋଟ୍ ବିଡା କଣ ପାଇଁ , ବେପାରିର ପ୍ରଶ୍ନରେ ଯମରାଜ୍ କହିଲେ କି ତୁମ ସହ ଦୁର୍ଘଟଣା ଘଟିଲା , ତାହା ତୁମ ଜୀବନର ଶେଷ ଦିନ ଥିଲା , କିନ୍ତୁ ତୁମର ଭଲ କର୍ମ ପାଇଁ ତୁମର ମୃତ୍ୟୁ ଏକ ଛୋଟ ଆଘାତ ଦ୍ୱାରା ବଦଳିଗଲା , ଏହି ଦୁଷ୍ଟ ବ୍ୟକ୍ତି ଜୀବନରେ ରାଜଯୋଗ ମିଳିବାର ସମ୍ଭାବନା ଥିଲା , କିନ୍ତୁ ତାହାର ଖରାପ କର୍ମ ସକାଶେ ତାହାର ରାଜଯୋଗ ଏକ ଛୋଟ ପଇସା ପୁଟୁଳି ହୋଇଗଲା ।

ଏହାପରେ ଶ୍ରୀକୃଷ୍ଣ ଅର୍ଜୁନ କୁ କହିଲେ କି ଭଗବାନ ଆମେ କେଉଁରୁପରେ ଦିଅନ୍ତୁ , ମନୁଷ୍ୟ ର ଭାବନାରେ ଆସିନଥାଏ , କିନ୍ତୁ ଯଦି ଭଲ କର୍ମ କରୁଛେ ତେବେ ଭଗବାନଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ରହିବ , ସେଥିପାଇଁ ଏଥିରୁ ଆପଣ ଜାଣିପାରୁଥିବେ କି ନିଜ ମିଳିଥିବା କର୍ମକୁ କେବେ ବଦଳିବା ଉଚିତ୍ ନୁହେଁ , କାରଣ କର୍ମର ଫଳ ଏହି ଜୀବନରେ ମିଳିଥାଏ , ଖାଲି ଆପଣଙ୍କୁ ଜଣା ପଡିନଥାଏ ।

Odia