ଲକଡାଉନ ବଢିବ, 18 ମେ ରୁ 4.0

ଲକ ଡାଉନ ପୁଣି ବଢିବ ! ତେବେ କେତେକ କ୍ଷେତ୍ରରେ କୋହଳ କରାଯିବ ! ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ! ମେ 18 ପୂର୍ବରୁ ଏନେଇ ସବିଶେଷ ଘୋଷଣା କରାଯିବ ! ଦେଶବାସୀଙ୍କୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ! ଏହି ଅବସରରେ ପ୍ରଧାନମନ୍ତ୍ରୀ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ! ସମାଜର ସବୁବର୍ଗର ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପ୍ୟାକେଜର ପରିକଳ୍ପନା କରାଯାଇଛି ! ଆତ୍ମନିର୍ଭରଶୀଳ ଭାରତ ନିର୍ମାଣ ପାଇଁ ଏହି ପ୍ୟାକେଜ ଅଭିପ୍ରେତ ବୋଲି ମୋଦି କହିଛନ୍ତି ! ମୋଦି କହିଲେଯେ, ସାରା ବିଶ୍ୱ କରୋନା ବିରୋଧରେ ଲଢେଇ କରୁଛି ! ସେ କେବେ ଏମିତି ସଙ୍କଟ ଦେଖିନଥିଲେ କି ଶୁଣି ନଥିଲେ ! ତେବେ ଭାରତ ବର୍ଷ ଏହି ବିପଦକୁ ସୁଯୋଗରେ ପରିଣତ କରିପାରିଛି ! ଦୁନିଆର ଛବି ବଦଳାଇବାର ସାମର୍ଥ୍ୟ ଭାରତର ଅଛି ! ଏକଦା ଭାରତ ଥିଲା ସୁନାର ଚଢେଇ ! ଭାରତବାସୀଙ୍କର ସାଧନା, ସାମର୍ଥ୍ୟ ଓ ପ୍ରତିଭା ଅଛି ! ତେବେ ଆର୍ଥିକ ପ୍ୟାକେଜ ନେଇ ଅର୍ଥ ମନ୍ତ୍ରୀ ସବିଶେଷ ସୂଚନା ପ୍ରଦାନ କରିବେ ! ପୂର୍ବର ପ୍ୟାକେଜ ଓ ଆର୍ଥିକ ପ୍ୟାକେଜକୁ ମିଶାଇଲେ 20 ଲକ୍ଷ କୋଟି ଟଙ୍କା ହେବ ବୋଲି ମୋଦି କହିଛନ୍ତି !

Corona LockdownCOVIDLockdown