କରୋନା: ଗୋଟି ଦିନରେ ୨୨୧ ଜଣ ସଂକ୍ରମିତ, ICMR କହିଲା ଭାରତ

ମହାମାରୀ କରୋନା ଭାଇରସର କାୟା ଦିନକୁ ଦିନ ଭାରତରେ ଦେଖିବାକୁ ମିିଳିଛି। ଦେଶର ବିଭିନ୍ନ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହଠାତ ବୃଦ୍ଧି ଦେଖିବାକୁ ମିଳିଛି। ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨୯ର ପହଁଞ୍ଚିଛି। ଏମାନଙ୍କ ମଧ୍ୟରୁ ୧୯ ଜଣଙ୍କର ମୃତ୍ୟୁ ଘଟି ସାରିଥିବା ବେଳେ ୮୫ ଜଣ ରୋଗୀ ଠିକ୍‌ ହୋଇସାରିଲେଣି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଦେଶରେ ପ୍ରଥମ ଥର ଗୋଟିଏ ଦିନରେ ୨୨୧ ଜଣ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଯାହା ଦେଶ ପାଇଁ ଏକ ଚିନ୍ତାର ବିଷୟ। ଏସବୁ ମଧ୍ୟରେ ଏକ ସୁଖବର ଆସିଛି। ଭାରତୀୟ ଆର୍ୟୁ ବିଜ୍ଞାନ ଅନୁସନ୍ଧାନ ପରିଷଦର ବୈଜ୍ଞାନିକ ଡ. ରମନ ଆର ଗଁଗାଖଣ୍ଡେକର କରୋନା ସଂକ୍ରମଣର ସାମୁଦାୟିକ ପ୍ରସାରକୁ ନେଇ ସ୍ପଷ୍ଟ ମନା କରିଛନ୍ତି।

ସେ କହିଛନ୍ତି ଯେ, ଅଲଗା ସ୍ୟାମ୍ପଲିଙ୍ଗ ଦରକାର ନାହିଁ ।ଏପର୍ଯ୍ୟନ୍ତ କରୋନା ଭାଇରସର ସାମୁଦାୟିକ ପ୍ରସାରର କୌଣସି ପ୍ରମାଣ ମିଳିନାହିଁ। କରୋନା ମୁକାବିଲା ପାଇଁ ଦିନକୁ ଦିନ ନୂଆ ଲ୍ୟାବରେ ପରୀକ୍ଷଣ ହେଉଛି। ଏହାରି ମଧ୍ୟରେ ଆମେରରିକାରୁ ୫ଲକ୍ଷରୁ ଅଧିକ କିଟ୍‌ ଆସି ସାରିଛି ବୋଲି ଡ. ରମନ କହିଛନ୍ତି।

CoronaICMRIndia