ଲକ୍ଡ଼ାଉନ ସମୟ ରେ ଯାଜପୁର ରୋଡ଼ ନେସନାଲ ମାର୍ବଲ ଚାଲାଇଛି ଅବାଧ ରେ ମାର୍ବଲ ବେପାର !

ଯାଜପୁର :-ଯାଜପୁର ଜିଲ୍ଲା ରେ ଏ ଯାବତ୍ 2ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପ୍ରକାର କଟକଣା ଲାଗୁ କରିଛନ୍ତି | ଯାଜପୁର ଜିଲ୍ଲା ଅନ୍ତର୍ଗତ ବ୍ୟାସନଗର ପୌରାଞ୍ଚଳ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଯାଜପୁର ରୋଡ଼ ବ୍ୟାଙ୍କ ଷ୍ଟ୍ରିଟ ଅଞ୍ଚଳ ର ନେସନାଲ ମାର୍ବଲ ନାମକ ଜୈନିକ ମାର୍ବଲ ଦୋକାନି ଲକ୍ଡ଼ାଊନ ସତ୍ତ୍ୱେ ରାଜ୍ୟ , କେନ୍ଦ୍ର ସରକାର ଓ ଜିଲ୍ଲା ପ୍ରଶାସନ ର କଡ଼ା କଟାକଣା ସତ୍ତ୍ୱେ ସବୁନିୟମ କୁ ଅମା୍ନ୍ୟକରି ଅବାଧ ରେ ମାର୍ବଲ ବେପାର ଚଲାଇଛି ଯାହାକି ଅଜି ସକାଳୁ ନେସନାଲ ମାର୍ବଲ (ମିରାବେଲ ହୋଟେଲ ନିକଟସ୍ଥ) ଗୋଦାମ ରୁ ଆଜି ସକାଳେ ଗ୍ରାହାକ ଙ୍କୁ ଆଣି ଦେଖାଇ ତାଙ୍କ ପସନ୍ଦ ମୁତାବକ ମାର୍ବଲ ଖୁଚୁରା ବେପାର କରିବା ଚର୍ଚାର ବିଷୟ ପାଲଟିବା ସହ ଅନ୍ୟାନ୍ୟ ବ୍ୟବସାୟି ଙ୍କ ମଧ୍ୟ ରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି |

ଏହି ଘଟଣା ଲୋକ ଲୋଚନ କୁ ଆସିବା ପରେ ବୁଧିଜିବି ମାନେ ପ୍ରଶ୍ନ କରିଛନ୍ତି ଯେ ସରକାର ଙ୍କ କଟକଣା କୁ ଅମାନ୍ୟ କରି ଊଲ୍ଲଙ୍ଘନ କରି ମାର୍ବଲ ବେପାର କରୁଛନ୍ତି ସତ କିନ୍ତୁ GST (ରାଜସ୍ୱ) ସରକାର ଙ୍କୁ ଦେଊଛନ୍ତି ତ? ତତ୍ ସହିତ ଉକ୍ତ ଅନୁଷ୍ଠାନ ର କତୃପଖ୍ୟ ଙ୍କ ବିରୁଧ ରେ ଦୃଷ୍ଟାନ୍ତ ମୂଳକ ଦଣ୍ଡବିଧାନ ପାଇଁ ସାଧାରଣ ରେ ଦାବି ହେଉଛି |

CoronaCorona LockdownCoronaVirusJajpurJajpur Road