କରୋନା ଓଡ଼ିଶାରେ ପହଞ୍ଚିଲା ୩୫୦୦ କେଜି ସ୍ବାସ୍ଥ୍ୟ ସାମଗ୍ରୀ

କୋଭିଡ୍-୧୯ ପରୀଷଣ କିଟ୍‌ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସାମଗ୍ରୀ ଭୁବନେଶ୍ବରରେ ପହଞ୍ଚିଛି। ସୋମବାର ସଂଧ୍ୟାରେ ୩,୫୦୦ କେଜିର ସ୍ବାସ୍ଥ୍ୟ ସାମଗ୍ରୀ ସହ ଧରି ଭାରତୀୟ ବାୟୁସେନାର ଏକ ବିମାନ ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲା ବିମାନଟି ଚେନ୍ନାଇ ନିକଟସ୍ଥ ତାମ୍ବାରାମ ଏୟାର ଫୋର୍ସ ଷ୍ଟେସନ୍‌ରୁ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ()ର ଏହି ସବୁ ସାମଗ୍ରୀ ଆଣି ଆସିଥିଲା। ଏହି ବିମାନରେ ୧୯ ଜଣ ଅଭିଜ୍ଞ ଅଭିଜ୍ଞ ବ୍ୟକ୍ତି ମଧ୍ୟ ଓଡ଼ିଶା ଆସିଛନ୍ତି।

ଓଡ଼ିଶାରେ ଗୋଟିଏ ସପ୍ତାହ ଭିତରେ କରୋନା ସ୍ଥିତି ଅଧିକ ଜଟିଳ ହୋଇଛି। ୪ ଦିନ ପୂର୍ବରୁ ଓଡ଼ିଶାରେ ୫ ଜଣ କରୋନା ଆକ୍ରାନ୍ତ ଥିଲେ। ତେବେ ହଠାତ ଓଡ଼ିଶାରେ ଆକ୍ରାନ୍ତ ସଂଖ୍ୟା ବଢ଼ି ଆଜି ସୁଦ୍ଧା ୪୨ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।

CoronaCOVID19Health KitOdisha