ଆଜି ରାତି ୮ଟାରେ ସଟ୍‌ଡାଉନ୍‌ ଉଠିବ, ଗହଳି କରିବେ ନାହିଁ: ଅସିତ୍‌ ତ୍ରିପାଠୀ

ଆଜି ରାତି ୮ଟାରେ ଭୁବନେଶ୍ବର, କଟକ ଓ ଭଦ୍ରକ ସହରରୁ ସଟ୍‌ଡାଉନ୍‌ ଉଠିଯିବ। ଏହାପରେ ଭିଡ଼ ନକରିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଆହୁରି ସେ କହିଛନ୍ତି ଯେ, ରାତି ୮ଟାରେ ସଟ୍‌ଡାଉନ୍‌ ଉଠିଲା ପରେ କେହି ମାର୍କେଟ ଯାଆନ୍ତୁ ନାହିଁ। ଯଦି ଆପଣମାନେ ମାର୍କେଟରେ ଗହଳି କରିବେ ତେବେ ସଟ୍‌ଡାଉନ୍‌ର ସୁଫଳ ମିଳିବ ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।

Asit TripathyCoronaVirusLockdownOdisha