ବିସ୍ପୋରକ ସ୍ଥିତିରେ ମାଡି ଆସୁଛି କରୋନା, ମେ 31 ସୁଦ୍ଧା ଭାରତରେ 10 ଲକ୍ଷରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ ହୋଇସାରିଥିବେ

ବିସ୍ଫୋରକ ସ୍ଥିତିରେ ଆସୁଛି କରୋନା , ମେ ୩୧ ସୁଦ୍ଧା ଭାରତରେ ଭୟଂକର ସ୍ଥିତିରେ ଥିବ କରୋନା । ଆକଳନ କରାଯାଇଛି ମେ ୩୧ ସୁଦ୍ଧା ଭାରତ ଭଳି ଉପମହାଦେଶରେ ୫୮ ହଜାର ରୁ ଉର୍ଧ୍ବ କରୋନା ଆକ୍ରାନ୍ତ ହୋଇପାରନ୍ତି । ବିଶ୍ବାସଯୋଗ୍ୟ ଆକଳନ ଅନୁସାରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଭାରତୀୟ ଆକ୍ରାନ୍ତ ହୋଇପାରନ୍ତି ।

ମେ ୩୧ ସୁଦ୍ଧା ଓଡିଶାରେ ଅତିକମ୍ ରେ ୨୩୪୫ ଓ ବେଶୀ ହେଲେ ୩୬ ହଜାର ରୁ ଉର୍ଧ୍ବ ଆକ୍ରାନ୍ତ ହୋଇପାରନ୍ତି, ଏଣୁ କରୋନା ରୋକିବାକୁ କଠୋର ପଦକ୍ଷେପ ନେବେ ଓଡିଶା ସରକାର।

ଲକ୍ ଡାଉନ୍ ପିଲାଖେଳ ନୁହେଁ, ଲୋକ ଗୁରୁତର ସହ ନେଉନାହାନ୍ତି, ମନେରଖନ୍ତୁ କରୋନା ଆମକୁ ରାସ୍ତାରେ ଖୋଜୁଛି। ୧୦୪ ଯୋଗେ ଓଡିଶାରେ ୩୮୬୧ ଜଣ ପଂଜୀକରଣ କରିଛନ୍ତି , ସେମାନଂକ ମଧ୍ୟରେ ପ୍ରାୟ ୧୦୦ ଜଣଂକ ଠାରେ କିଛି କିଛି କରୋନା ଲକ୍ଷଣ ପ୍ରକାଶ ପାଇଛି। ଡରନ୍ତୁ ନାହିଁ ଏହି କଥା ଆମେ କହୁନାହୁଁ ଏ କଥା ରାଜ୍ୟ ସରକାରଙ୍କ ପକ୍ଷରୁ ନିୟୁକ୍ତ ହୋଇଥିବା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ରାଜ୍ୟ ବାସୀଙ୍କୁ ଚେତାଇ ଦେଇଛନ୍ତି।

CoronaCorona VirusSubrat Bagchi