ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ, ମୋଟ ୫୦

ରାଜ୍ୟରେ ଆଉ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି। ୫୦ ଜଣଙ୍କ ମଧ୍ୟରୁ ୩୭ ଜଣଙ୍କଠାରେ କରୋନା ସକ୍ରିୟ ରହିଛି। ଅନ୍ୟପକ୍ଷରେ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟ୍‌।

ଶୁକ୍ରବାର ଦିନ ମୋଟ୍‌ ୨୯୮ ଟି ନମୁନା ପରୀକ୍ଷା ହୋଇଥିଲା। ସେ ମଧ୍ୟରୁ ୨୯୬ ଟି ନେଗେଟିଭ ବାହାରିଥିବା ବେଳେ ୨ଟି ପଜିଟିଭ ବାହାରିଛି। ହେଲେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ୨ ଜଣଙ୍କ ସଂପର୍କରେ କୌଣସି ସୂଚନା ଦିଆଯାଇନାହିଁ।

CoronaVirusOdishaPositive