Odisha News Insight

ଶଙ୍ଖ ବଜାଇବା ଦ୍ୱାରା ଦୂର ହୋଇଥାଏ ଏହି ରୋଗ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମନ୍ଦିର, ଘର ବା ପୂଜା-ଆରତୀ ସମୟରେ ଶଙ୍ଖ ବଜାଯାଏ । କିଛି ଲୋକ ଘରେ ବି ଶଙ୍ଖ ରଖନ୍ତି ଓ ପୂଜା ସମୟରେ ବଜାନ୍ତି । ଶଙ୍ଖ ବଜାଇବାର ଧାର୍ମିକ ମହତ୍ୱ ରହିବା ସହ ବେଜ୍ଞାନିକ ପ୍ରଭାବ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ଶଙ୍ଖର କିଛି ଫାଇଦା ବିଷୟରେ , ଯାହାକୁ ବିଜ୍ଞାନ ଦ୍ୱାରା ସ୍ପଷ୍ଟ କରାଯାଇଛି..

୧-ଶଙ୍ଖର ଧ୍ୱନୀ ଶୁଣିଲେ ପରିବେଶରେ ଥିବା ଜୀବଣୁ ନଷ୍ଟ ହୋଇଥାନ୍ତି । ମଶାମାନେ ବି ପଳାୟନ କରିଥାନ୍ତି ।

୨-ନିୟମିତ ଶଙ୍ଖ ବଜାଉଥିବା ଲୋକଙ୍କୁ କେବେ ହାର୍ଟ ଆଟାକ୍ ବା ହୃଦଘାତ ହେବନାହିଁ । ଶଙ୍ଖ ଫୁଙ୍କିବା ଦ୍ୱାରା ସମସ୍ତ ରାସ୍ତା ସଫା ହୋଇଯାଏ । ଏପରି କରିବା ଦ୍ୱାରା ଫୁସଫୁସ ବି ସୁସ୍ଥ ରହିଥାଏ ।

୩-ରାତିରେ ଶଙ୍ଖରେ ପାଣି ରଖନ୍ତୁ ଓ ସକାଳେ ଏହାକୁ ଶରୀରେ ମାଲିସ କରନ୍ତୁ । ଏପରି କରିବା ଦ୍ୱାରା ତ୍ୱଚା ସମ୍ବନ୍ଧୀୟ ରୋଗ ଦୂରେଇ ଯାଇଥାଏ । ଏହା ସହ ରାତିରେ ଶଙ୍ଖରେ ପାଣି ପୁରାଇ ରଖିବା ସହ ସେଥିରେ ଗୋଲାପ ଜଳ ମିଶାଇ କେଶ ଧୁଅନ୍ତୁ । ଏପରି କରିବା ଦ୍ୱାରା କେଶ କେବେ ଧଳା ହୁଏନାହିଁ । ସେହି ପରି ଶଙ୍ଖରେ ପାରି ରଖି ପିଇବା ଦ୍ୱାରା ପେଟ ଯନ୍ତ୍ରଣା ଦୂର ହୋଇଥାଏ ।

୪-ଶଙ୍ଘ ଫୁଙ୍କିବା ଦ୍ୱାରା ମାନସିକ ଚାପ ଦୂର ହୋଇଥାଏ ।

୫-ଯେଉଁ ଘରେ ଶଙ୍ଖ ଫୁଙ୍କାଯାଏ, ସେଠାରେ ନକାରାତ୍ମକତା ଆସିନଥାଏ । କୁହାଯାଏ ଯେ, ଶଙ୍ଖ ପଜାଇଲେ ସେଥିରୁ ଓମ୍ ସ୍ୱର ବାହାରିଥାଏ ।

Leave a comment