Odisha News Insight

ନେପାଳରେ ଘନେଇଲା ରାଜନୈତିକ ସଂକଟ, ପ୍ରଧାନମନ୍ତ୍ରୀ ଓଲିଙ୍କ ଅନୁପସ୍ଥିତିରେ ଦଳୀୟ ବୈଠକ ଡାକିଲେ ପ୍ରଚଣ୍ଡ

ନେପାଳା ଜାରି ରହିଥିବା ରାଜନୈତିକ ସଂକଟ ମଧ୍ୟରେ ଓଲି-ପ୍ରଚଣ୍ଡଙ୍କ ମଧ୍ୟରେ ମୁହାଁମୁହିଁ ଜାରି ରହିଛି।ସୀମା ବିବାଦରେ ଭାରତ ସହ ମୁହାଁମୁହିଁ  ହୋଇଥିବା ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ଭାରତ ଆସନ ଏବେ ଟଳମଳ ଅବସ୍ଥାରେ ରହିଛି। ତାଙ୍କ ଗାଦି ବଞ୍ଚାଇବା ଲାଗି ଉଦ୍ୟମ ଜାରି ରଖିଛି ଚୀନ ।  ହେଲେ ସମସ୍ତ ପ୍ରୟା ସତ୍ତ୍ୱେ ନେପାଳ ପ୍ରଧାନମନ୍ତ୍ରୀ ଏବଂ ଦେଶର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟିର ମୁଖିଆ ଅର୍ଥାତ ଦଳୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଦେଶର ପୂର୍ବ ପ୍ରଧାନମନ୍ତ୍ରୀ ପୁଷ୍ପ କୁମାର ଦହଲ ପ୍ରଚଣ୍ଡଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି।

ପ୍ରଧାନମନ୍ତ୍ରୀ ଓଲିଙ୍କ ବାସଭବନରେ ଆୟୋଜିତ ହୋଇଥିବା ବୈଠକରୁ ଖୋଦ ସେ ନିଜେ ବାଦ ପଡିଥିଲେ । ଏହା ମାଧ୍ୟମରେ ପ୍ରଚଣ୍ଡ ଓଲିଙ୍କୁ ଜଣାଇ ଦେଇଛନ୍ତି ତାଙ୍କୁ ନେଇ ଦଳରେ ଅସନ୍ତୋଷ ବୃଦ୍ଧି ପାଉଛି ଏବଂ ତାଙ୍କୁ ବର୍ତ୍ତମାନ ଯିବାକୁ ହେବ। ଗତ ମଙ୍ଗଳବାର(୨୮ ଜୁଲାଇ, ୨୦୨୦) ସକାଳ ୧୧ଟା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଦଳର ବରିଷ୍ଠ ନେତା ଓଲିଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ, ହେଲେ ସେତେବେଳେ ସେ ଉପସ୍ଥିତ ନଥିଲେ । ତାଙ୍କ ଅନୁପସ୍ଥିତିରେ ଏହି ସଭା ଅନୁଷ୍ଠିତ ହୋଇଥିଲା।

କାଠମାଣ୍ଡୁ ପୋଷ୍ଟ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା ସୂର୍ଯ୍ୟ ଥାପା କହିଥିଲେ ଏହି ବୈଠଠକ ସ୍ଥଗିତ ରଖାଯାଇଛି, ହେଲେ ଦଳୀୟ ସ୍ଥାୟୀ କମିଟିର ସଦସ୍ୟ ମତ୍ରିକା ଯାଦବ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ମନା କରିବେ ସତ୍ତ୍ୱେ ମଧ୍ୟ ଏହି ବୈଠକ ଆୟୋଜିତ ହେବ। ଦଳୀୟ ସଭା ଲାଗି ଦଳର ବରିଷ୍ଠ ନେତା ଜଲନାଥ ଖନାଲ ଏବଂ ମୁଖିଆ ପ୍ରଚଣ୍ଡ ଓଲିଙ୍କୁ ଭେଟିବାକୁ ଆସିଥିଲେ, ହେଲେ ଉଭୟଙ୍କୁ ଏହା କୁହାଯାଇଥିଲା ସେମାନେ ଯାହା ଚାହୁଁଛନ୍ତି ତାହା କରିପାରିବେ। ଏହା ପରେ ପ୍ରଧାନମନ୍ତ୍ରୀ ପିଏମ ଓଲିଙ୍କ ବିନା ଏହି ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଦଳର ୨୯ ସ୍ଥାୟୀ କମିଟି ସଦସ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ଓଲିଙ୍କ ନିକଟତର ନେତା ଏହି ବୈଠକରୁ ଦୂରେଇ ରହିଥିଲେ ।

ଗତ ସପ୍ତାହର ବୁଧବାର ଷ୍ଟାଣ୍ଡିଂ କମିଟିର ସଦସ୍ୟ ପ୍ରଧାନମନ୍ତ୍ରୀ ଓଲିଙ୍କ ବାସଭବନରେ ପହଞ୍ଚିଥିଲେ। ହେଲେ ଓଲି ଦଳୀୟ ନେତାଙ୍କ ସହ ବୈଠକରେ ଯୋଗ ଦେଇନଥିଲେ। ଚଳିତ ମାସ ୨୮ ତାରିଖରେ ପୁନର୍ବାର ବୈଠକ ଆୟୋଜିତ କରିବା ନେଇ ଗୋଷଣା କରାଯାଇଥିଲେ ମଧ୍ୟ ଏଥିରୁ ବାଦ ପଡିଥିଲେ ପ୍ରଧାନମନ୍ତ୍ରୀ ଓଲି। ବାରମ୍ବାର ବାରମ୍ବାର ଦଳୀୟ ବୈଠକରୁ ପିଏମ ଓଲି ଅନୁପସ୍ଥିତ ରହିବା କାରଣରୁ ତାଙ୍କ ବିରୁଦ୍ଧରେ ଶାସକ କମ୍ୟୁନିଷ୍ଟ ଦଳର ନେତାଙ୍କ ମଧ୍ୟରେ ଅସନ୍ତୋଶ ତେଜିବାରେ ଲାଗିଛି ।

ଏନେଇ ଦଳୀୟ ମୁଖପାତ୍ର ନାରାୟଣଜୀ ଶ୍ରେଷ୍ଠ କହିଛନ୍ତି ପ୍ରଧାନମନ୍ତ୍ରୀ ଓଲି ଦଳୀୟ ବୈଠକକୁ ସ୍ଥଗିତ ରଖିବା ଅନୁଚିତ ଏବଂ ଦଳ ବିରୋଧି। ତାଙ୍କ ଅନୁପସ୍ଥିତିରେ ଅନୁଷ୍ଠିତ ବୈଠକରେ ଦଳର ଏଜେଣ୍ଡା ଉପରେ ଆଲୋଚନା କରାଯାଇ ନାହିଁ, ହେଲେ  ପ୍ରଧାନମନ୍ତ୍ରୀଙ୍କ ସହ ପରାମର୍ଶ କରିବା ପରେ ଅନ୍ୟ ଏକ ସ୍ଥାୟୀ କମିଟି ବୈଠକ କରିବା ଲାଗି ଦଳର ସଭାପତି ପ୍ରତଣ୍ଡ ଦାୟିତ୍ୱ ଦିଆଯାଇଛି ।

ଭାରତ ସହିତ ସୀମା ବିବାଦରେ ଅନାବଶ୍ୟକ ଭାବେ ସାମିଲ ହେବା ଏବଂ ନେପାଳରେ ଚୀନର ହସ୍ତକ୍ଷେପ ବୃଦ୍ଧି ପାଇବା ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ଓଲିଙ୍କ ବିରୋଧରେ ଦଳ ସମେତ ଲୋକଙ୍କ ମଧ୍ୟରେ କ୍ରୋଧ ବଢିବାରେ ଲାଗିଛି। ତାଙ୍କ ନୀତି ବିରୋଧରେ ଅନେକ ପ୍ରଦର୍ଶନ ମଧ୍ୟ କରାଯାଇଛି। ଚୀନ୍ ଚାହୁଁଛି ଯେ ଓଲି କ୍ଷମତାରୁ ରୁହନ୍ତୁ। କାରଣ ଏହା ଦ୍ୱାରା ନେପାଳ ମାଟିରେ ଉପସ୍ଥିତି ବଢାଇବାକୁ ଯୋଜନା କରିଛି ଚୀନ।   

Leave a comment