Odisha News Insight

କେନ୍ଦ୍ରମନ୍ତ୍ରୀ ବିଜୟ ଗୋୟଲ ଟୁଇଟ ଡିଲିଟ କଲେ, କ୍ଷମା ମାଗିଲେନି

ନୂଆଦିଲ୍ଲୀ: ବିବାଦ ବଢିବା ଦେଖି କେନ୍ଦ୍ରମନ୍ତ୍ରୀ ବିଜୟ ଗୋୟଲ ଲିଙ୍ଗରାଜ ମନ୍ଦିର ସମ୍ପର୍କରେ କରିଥିବା ଟୁଇଟ ଓ ପୋଷ୍ଟ କରିଥିବା ଗର୍ଭଗୃହ ଫୋଟ ସବୁ ଡିଲିଟ କଲେ, କିନ୍ତୁ କ୍ଷମା ମାଗିଲେ ନାହିଁ.

ବିଜୟ ଗୋୟଲ ଆଉ ଏକ ନୂଆ ଟୁଇଟ କରି କହିଛନ୍ତି ଯେ ସେ ଭୁଲ ବଶତଃ ଗତ ବର୍ଷ ମନ୍ଦିର ଭିତରେ ଉଠାଇଥିବା ଫୋଟଗୁଡ଼ିକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ. ଯଦି ଏହା ଅନ୍ୟମାନଙ୍କର ଧାର୍ମିକ ଭାବନାକୁ ଆଘାତ ଦେଇଛି, ସେ ଟୁଇଟ ଏବଂ ଫୋଟ ସବୁକୁ ପ୍ରତ୍ୟାହାର କରୁଛନ୍ତି.

କିନ୍ତୁ ସେ ନା ଦୁଃଖ ପ୍ରକାଶ କରିଛନ୍ତି କିମ୍ବା କ୍ଷମା ମାଗିଛନ୍ତି. ଗୋୟଲ ଜଣାଇନାହାନ୍ତି ସେ ଫୋଟ ଲିଙ୍ଗରାଜ ମନ୍ଦିରର ନିଷିଦ୍ଧାଞ୍ଚଳ ଭିତରେ କିଏ ଉଠେଇଲା.

Leave a comment