Odisha News Insight

ଥାନାରେ ଗୋଇଠା ଓ ମାଡ଼ ମାରିବା ଘଟଣା, ମହିଳା ଥାନାଧିକାର ପାଇଁ ବଢିଲା ଅଡ଼ୁଆ |

ଜମିଜମା ବିବାଦକୁ ନେଇଁ ଯୁବକଙ୍କୁ ଥାନା ଭିତରେ ଗୋଇଠା ସହ ନିର୍ମମ ମାଡ଼ ଘଟଣାରେ କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ ସଂଧ୍ୟାରାଣୀ ଜେନାଙ୍କ ପାଇଁ ବଢ଼ିଲା ଅଡୁଆ। ଘଟଣାର ଜବାବ ତଲବ କରି ୪ ସପ୍ତାହରେ ରିପୋର୍ଟ ଦେବାକୁ କେନ୍ଦୁଝର ଏସ୍‌ପି ଓ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ମାନବଧିକାର କନିଶନ | ଏହାଛଡ଼ା ପୀଡ଼ିତ ଯୁବକଙ୍କୁ ତୁରନ୍ତ ୧୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ। ଏହି ଅର୍ଥ ଆଇଆଇସିଙ୍କ ଦରମାରୁ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୃହ ସଚିବ ଓ ଡିଜିପିଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ।

Leave a comment