Odisha News Insight

ଆସନ୍ତା 29 ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ।

ଏନେଇ ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ। ଚଳିତ ବର୍ଷ ରାଜ୍ୟର ପ୍ରାୟ ୫ ଲକ୍ଷ ୬୦ ହଜାର ପରିକ୍ଷାର୍ଥୀ ୨୮, ୮୮ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ୬୦ ଟି କେନ୍ଦ୍ରରେ ମୂଲ୍ୟାୟନ ହୋଇଥିଲା। ଫେବୃଆରୀ ୧୯ ରୁ ମାର୍ଚ୍ଚ ୨ ଯାଏ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୨୬ ମେ ରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା। ପୂର୍ବରୁ ମାର୍ଚ୍ଚ 19 ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା। ହେଲେ କରନା ଯୋଗୁ lockdown ହେବାରୁ ଏହା ସ୍ଥଗିତ ରହିଛି। ସେହିପରି ମେ 20ରେ ସ୍ଥିର ହୋଇଥିଲା ଖାତା ଦେଖା। ହେଲେ ଅମ୍ପନ ବାତ୍ୟା ପାଇଁ ଏହା ମେ 21କୁ ପରିବର୍ତ୍ତନ କରାଯାଇଥିଲା। ତେବେ କିଛି ଅଂଚଳରେ ବାତ୍ୟା ପ୍ରଭାବି ହୋଇଥିବାରୁ, ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା।

Leave a comment