Odisha News Insight

CBSE ଭଳି ଓଡ଼ିଆ ସ୍କୁଲ୍ ପାଠ୍ୟଖସଡ଼ାରେ କମାଯିବ।

କରୋନା ପାଇଁ ଏବର୍ଷ ସିଲାବସ ହ୍ରାସ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ମିଳିଛି।

ପ୍ରଥମରୁ ଦଶମ ଯାଏ କେତେ ପାଠ ପଢ଼ା ଯିବ ସେ ନେଇ SCERT ଏକ୍ସପର୍ଟ କମିଟି ନିଷ୍ପତ୍ତି ନେବ।
ପ୍ଲସ ଟୁ ସିଲାବସ ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକ୍ସପର୍ଟ କମିଟି ନିଷ୍ପତି ନେବ।

ଶିକ୍ଷାନୁଷ୍ଠାନ ଖୋଲିବା ପରେ କେତେ ଦିନ ଶିକ୍ଷା ବର୍ଷ ବାକି ଅଛି ତାରି ଆଧାରରେ ଏକ୍ସପର୍ଟ କମିଟି ନିଷ୍ପତ୍ତି ନେବେ।

ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଯଥେଷ୍ଟ ଆଗୁଆ ଜଣାଇ ଦିଆଯିବ ଯେ କେତେ ପ୍ରତିଶତ ସିଲାବସ୍ ହ୍ରାସ କରାଯିବ।

ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ।

Leave a comment