Odisha News Insight

ସେବା ଓ ସଂଗ୍ରାମରେ ବିଶ୍ବାସ କରେ ବିଜେଡି ନବୀନ

ସରିଲା ବିଜେଡ଼ି ଜନ ସଂପର୍କ ପଦଯାତ୍ରା | ଅକ୍ଟୋବର ୨ ତଥା ଗାନ୍ଧୀଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜେଡ଼ି ପଦଯାତ୍ରାର ଆଜି ଉତ୍ତର ଭୁବନେଶ୍ୱରରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସେବା ବାର୍ତ୍ତାକୁ ଘରେ ଘରେ ଓଡ଼ିଶା-ମୋ ପରିବାର ଜରିଆରେ ପହଞ୍ଚାଇବା ପାଇଁ ପୁଣି ଥରେ କର୍ମୀ ଓ ନେତାଙ୍କୁ ପରାମର୍ଶ ଦେଇଛନ୍ତି ଦଳପତି ନବୀନ ପଟ୍ଟନାୟକ | ମାସେବ୍ୟାପୀ ଚାଲିଥିବା ବିଜେଡି ପଦଯାତ୍ରାର ଅନ୍ତିମ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ,ଲୋକଙ୍କ ଆଶୀର୍ବାଦ,କର୍ମୀଙ୍କ ପରିଶ୍ରମ ମୋତେ ପୁନଶ୍ଚ ସେବା କରିବାର ସୁଯୋଗ ଦେଇଛି | ଓଡ଼ିଶାବାସୀଙ୍କ ଏଭଳି ଭଲ ପାଇବା ମୋତେ ଋଣୀ କରିଛି, ବିଜେଡି ସେବାରେ ଏବଂ ଓଡ଼ିଶାବାସୀଙ୍କ ପାଇଁ ସଂଗ୍ରାମରେ ବିଶ୍ୱାସ କରେ ବୋଲି କହିଛନ୍ତି ନବୀନ |

Leave a comment