Odisha News Insight

ଓଡ଼ିଆ ଝିଅ ବୈଶାଳୀ ମହାନ୍ତି ହେଲେ ମିଳିତ ଜାତିସଂଘର ନୀତି ଅଧିକାରୀ !

ଗତ ୧ତାରିଖ ଦିନ ବୈଶାଳୀ ନିଜ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ! ପୁରୀରେ ଜନ୍ମିତ ବୈଶାଳୀ ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ ପୁରୀର ବ୍ଲେସ୍‌ଡ ସେ‌କ୍ରାମେଣ୍ଟ ହାଇସ୍କୁଲ୍‌ ଓ ଭୁବନେଶ୍ବରର କିଟ୍‌ ଇଣ୍ଟରନାସନାଲ ସ୍କୁଲ୍‌ରୁ ଶିକ୍ଷା ଶେଷ କରି ଦିଲ୍ଲୀର ଲେଡି ଶ୍ରୀରାମ କଲେଜ୍‌ରେ ସ୍ନାତକ ଶିକ୍ଷା ଶେଷ କରିଥିଲେ ! ଇତିମଧ୍ୟରେ ‘ନ୍ୟୁକ୍ଲିୟର ଡିପ୍ଲୋମାସି’ ଉପରେ ଏକ ନିବନ୍ଧ ଲେଖି ସେ ଉଚ୍ଚ ପ୍ରଶଂସିତ ହୋଇଥିଲେ ! ଏହାପରେ ସେ ୨୦୧୬ ମସିହାରେ ଅକ୍ସଫୋର୍ଡ଼ ବିଶ୍ବବିଦ୍ୟାଳୟରୁ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍‌ରେ ମାଷ୍ଟର ଡିଗ୍ରିରେ ଟପର ହୋଇ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ଏହାପରେ ୟୁଏନ୍ ଇଣ୍ଟରନାସନାଲ ସିଭିଲ୍‌ ସର୍ଭିସରେ ଯୋଗ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ! ୨୦୧୮ ମସିହାରୁ ସେ ମଧ୍ୟ ମିଳିତ ଜାତିସଂଘ ମିସନ୍‌ରେ ଓଆଇଏମ୍‌ ଅଧିକାରୀ ଭାବେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପାଇଁ କାମ କରୁଥିଲେ ! ଏଥିସହ ବୈଶାଳୀ‌ କେତେକ ଅନ୍ତର୍ଜାତୀୟ ପ୍ରକାଶନରେ ବୈଦେଶିକ ନୀତି ଓ ନିରାପତ୍ତା ସମ୍ବନ୍ଧରେ ମଧ୍ୟ ଲେଖି ଆସୁଥିଲେ। ସେ ବି ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ହୋଇଥିବା ବେଳେ ଏବେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଏକ ଓଡ଼ିଶୀ କେନ୍ଦ୍ର ପ୍ରତିଷ୍ଠା କରି ସେଠାରେ ଓଡ଼ିଶୀ ପ୍ରଶିକ୍ଷଣ ଦେଉଛନ୍ତି !

Leave a comment