Odisha News Insight

ସିଏଏକୁ କୌଣସି ରାଜ୍ୟ ମନା କରି ପାରିବ ନାହିଁ,ଏହା ଅସାମ୍ବିଧାନିକ : କପିଲ ସିବ୍ବଲ

ସଂସଦରେ ନାଗରିକତା ସଂଶୋଧନ ଆଇନ (ସିଏଏ) ପାରିତ ହୋଇଛି ମାନେ କୌଣସି ରାଜ୍ୟ କହିପାରିବେ ନାହିଁ ଯେ ଆମେ ଲାଗୁ କରିବୁ ନାହିଁ। ଏହା ଅସମ୍ଭବ ଏବଂ ଅସାମ୍ବିଧାନିକ ବୋଲି କହିଛନ୍ତି ବରିଷ୍ଠ ଓକିଲ ତଥା କଂଗ୍ରେସ ନେତା କପିଲ ସିବ୍ବଲ | ଏହାକୁ ଆପଣ ବିରୋଧ କରିପାରନ୍ତି, ଏହା ବିରୋଧରେ ବିଧାନସଭାରେ ସଂକଳ୍ପ ପାରିତ କରିପାରନ୍ତି ଏବଂ କେନ୍ଦ୍ରକୁ ସିଏଏ ପ୍ରତ୍ୟାହାର କରିବାକୁ କହିପାରନ୍ତି। କିନ୍ତୁ ସାମ୍ବିଧାନିକ ଭାବେ ଦେଖିଲେ, ମୁଁ ଲାଗୁ କରିବିନି କହିବା କେବଳ ଜଟିଳତା ଆଡ଼କୁ ଟାଣିନେବ। ଏହା ଆହୁରି ସମସ୍ୟା ସୃଷ୍ଟି କରିବ ବୋଲି କହିଛନ୍ତି ସିବ୍ବଲ |

Leave a comment