Odisha News Insight

ଏକାକୀ ଲଢିବ ବିଜେଡି

ନିର୍ବାଚନରେ ବିଜେଡି ଏକାକୀ ଲଢିବ । କୌଣସି ଦଳ ସହ ନିର୍ବାଚନ ବୁଝାମଣା କରିବ ନାହିଁ I ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏହା ଘୋଷଣା କରିଛନ୍ତି । ଏଥିସହ ପ୍ରାର୍ଥୀ ଚୟନ ସମ୍ପର୍କରେ ନବୀନ ନିଜର ପ୍ରତିକ୍ରିୟାରେ କହିଛନ୍ତି, ବିଜୟ ସମ୍ଭାବନା ଥିବା ପ୍ରାର୍ଥୀମାନଙ୍କୁ ଗୁରୁତ୍ୱ ଦିଆଯିବ । ଏହା ହିଁ ପ୍ରାର୍ଥୀଙ୍କ ଲାଗି ମାପକାଠି ରହିବ । ଖୁବଶୀଘ୍ର ବିଜେଡି ତାର ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ କରିବ ବୋଲି ନବୀନ ସୋମବାର ଦିନ କହିଥିଲେ. ଅନ୍ୟପକ୍ଷରେ କଂଗ୍ରେସ ଦୁଇ ବାମପନ୍ଥୀ ଦଳ ସିପିଆଇ ଓ ସିପିଆଇ ଏମ ସହ ଆସନ ବୁଝାମଣା କରିବାକୁ ସ୍ଥିର କରିଛି I

Leave a comment